କ୍ରିକେଟତାରକା ଏସ ଶ୍ରୀଶାନ୍ତଙ୍କ ସୂଚନା, ବିଜେପି ଟିକେଟରେ ୨୦୨୪ରେ ତିରୁବନନ୍ତପୁରମ ଆସନରୁ ନିର୍ବାଚନ ଲଢ଼ିବେ

ଶଶି ଥରୁରଙ୍କୁ ହରାଇବା ଲକ୍ଷ୍ୟ

ନୂଆଦିଲ୍ଲୀ:ଜଣାଶୁଣା କ୍ରିକେଟ ତାରକା ଏସ ଶ୍ରୀଶାନ୍ତ ନିକଟରେ ଘୋଷଣା କରିଛନ୍ତି ଯେ ସେ କଂଗ୍ରେସ ନେତା ଶଶୀ ଥରୁରଙ୍କୁ ପରାଜିତ କରିବା ପାଇଁ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ତିରୁବନନ୍ତପୁରମ ଆସନରୁ ନିର୍ବାଚନ ଲଢ଼ିବେ। ଶଶୀ ଥରୁର ଲଗାତାର ତିନି ଥର ତିରୁବନନ୍ତପୁରମ ଆସନରୁ ବିଜୟୀ ହୋଇଛନ୍ତି ଏବେ ବି ସେ ସେଠାରୁ ସାଂସଦ ଅଛନ୍ତି।

ସୂଚନାଯୋଗ୍ୟଚଳିତ ବର୍ଷ ମାର୍ଚ୍ଚ ମାସରେ ଏସ ଶ୍ରୀଶାନ୍ତ ଶଶୀ ଥରୁରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସେତେବେଳେ ଶ୍ରୀଶାନ୍ତ ଜଣେ ଭଲ ବୋଲର୍ ବୋଲି କହିଥିଲେ ଶଶୀ ଥରୁର।
ଆଇପିଏଲ୍ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଦଣ୍ଡ ଭୋଗୁଥିବା କ୍ରିକେଟ ଖେଳାଳି ଏସ୍ ଶ୍ରୀଶାନ୍ତ ବିଜେପିରେ ସାମିଲ ହେବା ବିଷୟରେ ସୂଚନା ଦେଇ ଏହା କହିଛନ୍ତି । ଏକ  ସାକ୍ଷାତକାରରେ ସେ କହିଛନ୍ତି, ‘ମୁଁ କଂଗ୍ରେସ ନେତା ଶଶି ଥରୁରଙ୍କୁ ହରାଇବା ପାଇଁ୨୦୨୪ରେ ମୁଁ ବିଜେପିରେ ଟିକେଟରେ ତିରୁଅନନ୍ତପୁରମ ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବି ।’

S Sreesanth plans to fight 2024 Lok Sabha election against the sitting MP Shashi Tharoor
image-opindia

ଶ୍ରୀଶାନ୍ତ ଆହୁରି ମଧ୍ୟ କହିଛନ୍ତି ଯେ,ସେ ଶଶି ଥରୁରଙ୍କର ଜଣେ ବଡ଼ ପ୍ରଶଂସକ । ସେ ଏପରି ଜଣେ ବ୍ୟକ୍ତି ଯିଏ ତାଙ୍କୁ ବୁଝିଛନ୍ତି ଏବଂ ଅସୁବିଧା ସମୟରେ ତାଙ୍କ ସହ ଠିଆ ହୋଇଛନ୍ତି ।

ସମ୍ବନ୍ଧିତ ଖବର