ନିୟନ୍ତ୍ରଣ ରେଖା ଟପିବାକୁ ପଡ଼ିଲେ, ଟପିବୁ: ପାକିସ୍ତାନକୁ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତଙ୍କ ଚେତାବନୀ

ନୂଆଦିଲ୍ଲୀ: ପାକିସ୍ତାନକୁ ଚେତାବନୀ ଶୁଣାଇ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ ରବିବାର ଦିନ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟସ୍ଥ ନିୟନ୍ତ୍ରଣ ରେଖ ଅତି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଇସ୍‌ଲାମାବାଦ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟାକଲେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଟପିବାକୁ ଦ୍ୱିଧାବୋଧ କରିବେ ନାହିଁ।

ଏକ ଦୈନିକ ଇଂରାଜୀ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ସେନାମୁଖ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ ୨୦୧୬ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏବଂ ୨୦୧୯ ବାଲାକୋଟ୍‌ ବିମାନ ଆକ୍ରମଣ ପାକିସ୍ତାନକୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଭାରତର ଆଉ ଲୁଚକାଳି ଖେଳିବାରେ ଆଗ୍ରହ ନାହିଁ। ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ନିପାତ କରିବାକୁ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଟପିବାକୁ ଚାହୁଁଛି।

Image Source: The Economic Times

କଶ୍ମୀର ସକାଶେ ପାକିସ୍ତାର ଜିହାଦ ଡାକରା ସମ୍ପର୍କରେ ଜେନେରାଲ୍‌ ରାଓ୍ଵତ କହିଲେ ଯେ ଏଥିରୁ ଜଣାପଡୁଛି ଯେ ପାକିସ୍ତାନରେ ଆତଙ୍କବାଦ ଭିତ୍ତିଭୂମି ରହିଛି ଏବଂ ଭାରତକୁ ଆତଙ୍କବାଦୀମାନଙ୍କୁ ପଠାଇବାକୁ ସେମାନେ ସୁଯୋଗ ଖୋଜୁଛନ୍ତି।

ସମ୍ବନ୍ଧିତ ଖବର