ସୁରକ୍ଷାକର୍ମୀଙ୍କୁ ପଥର ମାଡ଼ ଘଟଣା :ସେନାଧିକାରୀଙ୍କ ଝିଅ ଅଦାଲତ ଦ୍ବାରସ୍ଥ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ସମୟ‌ରେ ସୁରକ୍ଷାକର୍ମୀମାନେ ଲଗାତାର ପଥର ମାଡ଼ର ଶିକାର ହେଉଥିବାରୁ ସେମାନଙ୍କ ମାନବିକ ଅଧିକାରର ସୁରକ୍ଷା ପାଇଁ ଏବେ ୨ ଜଣ ସେନା ଅଧିକାରୀଙ୍କ ଝିଅ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ସେନାଧିକାରୀଙ୍କ ଝିଅ ପ୍ରୀତି କେଦାର(୧୯) ଏବଂ କାଜଲ ମିଶ୍ର(୨୦) କରିଥିବା ଆବେଦନରେ ପଥର ମାଡ଼ ଦ୍ବାରା ସୃଷ୍ଟ ମାନବିକ ଅଧିକାର ଉଲ୍ଲଂଘନ ରୋକିବାକୁ ନିୟମ ପ୍ରଣୟନ ପାଇଁ ନିବେଦନ କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ କେନ୍ଦ୍ର ସରକାର, ପ୍ରତିରକ୍ଷା ମନ୍ତ୍ରାଳୟ, ଜମ୍ମୁ କଶ୍ମୀର ସରକାର, ଏନ୍‌ଏଚ୍ଆରସିକୁ ନୋଟିସ୍‌ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର