ଦେହଜୀବୀଙ୍କ ପାଇଁ କୋଟି କୋଟି ଟଙ୍କାର ଆମେରିକୀୟ ଡଲାର ଉଡାଉଥିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ ପୁଅ

ନ୍ୟୁୟର୍କ: ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କ ପୁଅ ହଣ୍ଟର୍ ବିଡେନଙ୍କ ଲିକ୍ ହୋଇଥିବା ଇମେଲରୁ ଅନେକ ସମ୍ବେଦନଶୀଳ ସୂଚନା ମିଳିଛି | ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ହଣ୍ଟର୍ ଦେହଜୀବୀ, ଡ୍ରଗ୍ସ ଏବଂ ବିଳାସପୂର୍ଣ୍ଣ ଗାଡି କିଣିବାରେ ଲକ୍ଷ ଲକ୍ଷ ଆମେରିକୀୟ ଡଲାର ଖର୍ଚ୍ଚ କରିଛନ୍ତି। ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ, ହଣ୍ଟରଙ୍କ ଲାପଟପରୁ ମିଳିଥିବା ପ୍ରାୟ ୧୦୩,୦୦୦ଟି ଟେକ୍ସଟ୍ ମେସେଜ୍, ୧୫୪,୦୦୦ଟି ଇମେଲ୍, ୨,୦୦୦ ରୁ ଅଧିକ ଫଟୋଗ୍ରାଫ୍ ମିଳିଛି | ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି।

ତେବେ ଯେତେବେଳେ ହଣ୍ଟରଙ୍କର ଏହି ଚାଟ୍ ଏବଂ ଇମେଲ୍ ଲିକ୍ ହୋଇଥିଲା, ସେତେବେଳେ ତାଙ୍କ ପିତା ବିଡେନ୍ ଆମେରିକାର ରାଷ୍ଟ୍ରପତି ନଥିଲେ | ଏହି ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ ଦଶହଜାର ଫଟୋଗ୍ରାଫ, ଡକ୍ୟୁମେଣ୍ଟ, ଇମେଲ ଏବଂ ଅନ୍ୟାନ୍ୟ ଚାଟର ଅନୁସନ୍ଧାନରୁ ଜଣାପଡିଛି ଯେ ହଣ୍ଟର୍ ୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ଋଣରେ ବୁଡିଯାଇଥିଲେ | କୋଟି କୋଟି ଟଙ୍କା ଆୟ ସତ୍ତ୍ୱେ ଅବାଞ୍ଛିତ ଖର୍ଚ୍ଚ ଏବଂ ବ୍ୟବସାୟ ଚୁକ୍ତି ବାତିଲ ହେବା କାରଣରୁ ସେ ଋଣରେ ବୁଡିଯାଇଥିଲେ |

ତଥ୍ୟରୁ ଜଣାପଡିଛି ଯେ ସେ ୨୦୧୪ ରେ ପୋରସେ ଏବଂ ଅଡି, ୨୦୧୮ ରେ ଫୋର୍ଡ ରାପ୍ଟର ଟ୍ରକ୍ ଏବଂ ୮୦,୦୦୦ ଡଲାର ମୂଲ୍ୟର ଏକ ବୋଟ, ଏକ ରେଞ୍ଜ ରୋଭର କାର, ଲ୍ୟାଣ୍ଡ ରୋଭର ଓ ବିଏମଡବ୍ଲୁ କାର କିଣିଛନ୍ତି। ସେହିପରି ଦେହଜୀବୀଙ୍କ ସହ ରାତି କାଟିବାକୁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।

ସମ୍ବନ୍ଧିତ ଖବର