ତାଲିବାନ୍‌ର ବର୍ବରକାଣ୍ଡ: ସ୍ପିନ୍‌ ବୋଲ୍‌ଦାକ୍‌ରେ ୧୦୦ ନାଗରିକଙ୍କୁ ହତ୍ୟା

କନ୍ଦାହାର : ଆଫଗାନିସ୍ଥାନର କନ୍ଧାର ପ୍ରଦେଶ ଅନ୍ତର୍ଗତ ସ୍ପିନ୍ ବୋଲଦାକ୍ ସହରରେ ତାଲିବାନ ନରସଂହାର ଘଟାଇଛି। ସଶସ୍ତ୍ର ତାଲିବାନୀ ବିଦ୍ରୋହୀମାନେ ଅଚାନକ ଆକ୍ରମଣ କରି ୧୦୦ରୁ ଅଧିକ ନିରୀହ ନାଗରିକଙ୍କୁ ହତ୍ୟା କରିଛନ୍ତି। ତେବେ ଏହି ହତ୍ୟା ପାଇଁ ତାଲିବାନ ନିଜକୁ ଦାୟୀ କରିନଥିବା ବେଳେ ଆଫଗାନ୍‌ ସରକାର ତାଙ୍କ ରିପୋର୍ଟରେ ତାଲିବାନ ହିଁ ଏଭଳି ବର୍ବର କାଣ୍ଡ ଘଟାଇଥିବା ଉଲ୍ଲେଖ କରିଛନ୍ତି।। ତାଲିବାନ ଗତ ସପ୍ତାହରେ ସ୍ପିନ୍ ବୋଲଦାକକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ତାଲିବାନ ଆତଙ୍କବାଦୀମାନେ ନିରୀହ ଲୋକଙ୍କ ଘର ଉପରେ ଆକ୍ରମଣ କରି ଲୁଟ୍‌ପାଟ କରିବା ସହ ସାମାନ୍ୟ ପ୍ରତିବାଦ କରୁଥିବା ଲୋକଙ୍କୁ ବି ହତ୍ୟା କରିଥିଲେ। ଆଫଗାନ୍‌ ମୁଖପାତ୍ର ମିର୍‌ୱେଜ୍‌ ଷ୍ଟାନେକଜାଇ କହିଛନ୍ତି ଯେ, ଏହା ତାଲିବାନଙ୍କ ଜଘନ୍ୟ ଚେହେରାକୁ ପଦାକୁ ଆଣିଛି।

ସମ୍ବନ୍ଧିତ ଖବର