ତାଲିବାନ ବର୍ବରତା: ଶବକୁ ଲଟକାଇ ହେଲିକପ୍ଟରରେ ଉଡ଼ାଇଲେ

କାବୁଲ: ଆମେରିକାର ବ୍ଲାକ୍‌ ହକ୍‌ ‌ହେଲିକପ୍ଟରରେ ଏକ ଶବକୁ ଦଉଡ଼ି ଦ୍ବାରା ବାନ୍ଧି ତାଲିବାନ ଆତଙ୍କବାଦୀ କାନ୍ଦାହାର ପ୍ରଦେଶରେ ଉଡ଼ାଇଛନ୍ତି। ଏହାର ଭିଡିଓ ଭାଇରାଲ ହେବାପରେ ଆମେରିକାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ଆମେରିକୀୟ ଅନୁବାଦକଙ୍କୁ ଅପହରଣ କରି ହତ୍ୟା କରିବା ପରେ ତାଲିବାନ ଆତଙ୍କବାଦୀ ଏହି ବର୍ବର କାଣ୍ଡ ଘଟାଇଛନ୍ତି। ସୂଚନାନୁଯାୟୀ, ଆମେରିକା ଚଳିତ ବର୍ଷ ୭ଟି ବ୍ଲାକ ହକ୍‌ ହେଲିକପ୍ଟର ଆଫଗାନିସ୍ତାନ ସେନାକୁ ଦେଇଥିଲା। ଏବେ ସବୁ କିଛି ତାଲିବାନ କବ୍‌ଜାକୁ ଆସିବା ପରେ ଆତଙ୍କବାଦୀମାନେ ଗୋଟିଏ ପରେ ଗୋଟିଏ ଅମାନବୀୟ କାର୍ଯ୍ୟ କରିଚାଲିଛନ୍ତି।

ସମ୍ବନ୍ଧିତ ଖବର