ଆଫଗାନିସ୍ତାନରେ ତାଲିବାନ-ଆଇଏସ ଆତଙ୍କବାଦୀଙ୍କ ମଧ୍ୟରେ ଲଢେଇ, ଆଇଏସ ସମର୍ଥକଙ୍କ ଘର ଜାଳିଦେଲା ତାଲିବାନ

କାବୁଲ : ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ପୁଣି ସକ୍ରିୟ ହୋଇଉଠିଛି ତାଲିବାନ । ଏହା ସହିତ ତାଲିବାନର ଇସ୍ଲାମିକ ଏମିରେଟ୍ସ ପୁଣିଥରେ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳ ଦଖଲ କରିବା ଆରମ୍ଭ କରିଛି । ଏହାଫଳରେ ଆଫଗାନିସ୍ତାନରେ ପୁଣିଥରେ ରକ୍ତପାତର ଯୁଗ ଆରମ୍ଭ ହୋଇଯାଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଲିବାନ ଓ ଆଇଏସ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଆଇଏସର ପ୍ରଭାବକୁ ବିରୋଧ କରାଯାଉଛି । ଆଇଏସର ସମର୍ଥକମାନଙ୍କୁ ଖୋଜି ଖୋଜି ହତ୍ୟା କରାଯାଉଛି ।

ରବିବାରଦିନ ତାଲିବାନ ପକ୍ଷରୁ ଆଫଗାନିସ୍ତାନର କୁନାର ରାଜ୍ୟରେ ଆଇଏସ ସମର୍ଥକମାନଙ୍କ ଘରଗୁଡ଼ିକୁ ଜାଳିଦିଆଯାଇଛି । ଲାଛାଲାମ, କଣ୍ଡାରୋ, ବାଦେଗ୍ରାମ, କ୍ଲେଇନୋ ଓ ଆଉ କେତେକ ଗ୍ରାମରେ ଥିବା ଆଇଏସ ସମର୍ଥକଙ୍କ ଘରଗୁଡ଼ିକୁ ଜାଳିଦିଆଯାଇଛି । ଗତ ଶନିବାରଦିନ ଆଫଗାନିସ୍ତାନରେ ହୋଇଥିବା ନିର୍ବାଚନକୁ ମଧ୍ୟ ତାଲିବାନ ପକ୍ଷରୁ ବିରୋଧ କରାଯାଇଥିଲା । ତେବେ ତାଲିବାନର ବିରୋଧ ସତ୍ତ୍ୱେ ପ୍ରାୟ ୯୫ ଲକ୍ଷ ଲୋକ ଭୋଟ ଦେଇଥିଲେ ।

ସମ୍ବନ୍ଧିତ ଖବର