ମହିଳାଙ୍କ ଫଟୋ ପ୍ରତି ବି ଏତେ ଘୃଣା, ବିୟୁଟିପାର୍ଲର ବାହାରେ ଥିବା ପୋଷ୍ଟରରେ କାଳି ବୋଳିଲେ ତାଲିବାନ

କାବୁଲ : ତାଲିବାନର କାବୁଲ କବଜା ପରେ ଆଫଗାନିସ୍ତାନରୁ ଆସୁଛି ଗୋଟିଏ ପରେ ଗୋଟିଏ ଦୃଶ୍ୟ । ସବୁଠି ଦେଖିବାକୁ ମିଳୁଛି ତାଲିବାନୀଙ୍କ ଦବଦବା । ଏବେ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଯାହା ତାଲିବାନୀଙ୍କ କଦର୍ଯ୍ୟ ମନୋଭାବକୁ ପରିପ୍ରକାଶ କରୁଛି । ତାଲିବାନ କବଜା ପରେ ବଦଳି ଯାଇଛି କାବୁଲରେ ଥିବା ବିୟୁଟିପାର୍ଲରର ଦୃଶ୍ୟ । ବିୟୁଟି ପାର୍ଲରରେ ଲାଗିଥିବା ମହିଳାଙ୍କ ଫଟୋକୁ କଦର୍ଯ୍ୟ କରିଦିଆଯାଇଛି । କାଳି ବୋଳି ବିକ୍ରୁତ କରାଯାଇଛି ।

photo-republic world

ଯାହା ଦେଖିବାକୁ ଅତି ଭୟଙ୍କର ଲାଗୁଛି । ମହିଳାଙ୍କୁ ସମ୍ମାନ ଦିଆଯିବ ବୋଲି ତାଲିବାନୀଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ଏପରି ଦୃଶ୍ୟ ଦେଖିଲେ ତାଲିବାନୀଙ୍କ ମହିଳାଙ୍କ ପ୍ରତି ସମ୍ମାନ ସ୍ପଷ୍ଟ ଜଣାପଡ଼ୁଛି । ତାଲିବାନଙ୍କ ଏପରି କାର୍ଯ୍ୟ ପରେ ପ୍ରତିକ୍ରିୟା ରଖିଛି ବ୍ରିଟେନ୍ । କହିଛି ତାଲିବାନଙ୍କ କଥା ଗୋଟିଏ ଓ କାମ ଆଉ ଗୋଟିଏ । ତାଲିବାନୀଙ୍କ କଥା ନୁହଁ କାର୍ଯ୍ୟ ଉପରେ ନଜର ରଖାଯାଇଛି ।

 

 

ସମ୍ବନ୍ଧିତ ଖବର