ଭାରତରେ ୩୯ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା,କେରଳ ପରେ ତାମିଲନାଡୁରେ ଜଣେ ହେଲେ କରୋନା ଆକ୍ରାନ୍ତ

ଚେନ୍ନାଇ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏବେ ଦେଶର ସବୁ ରାଜ୍ୟ ସରକାର ସତର୍କ ହେବାରେ ଲାଗିଛନ୍ତି। ଅରୁଣାଚଳପ୍ରଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ରୋକ୍ ଲଗାଇ ଦିଆଯାଇଥିବା ବେଳେ ପରିସ୍ଥିତିର ମୁକାବିଲା ପାଇଁ ଏବେ ଭାରତ ସରକାର ପ୍ରସ୍ତୁତ ରହିଛନ୍ତି। କେରଳରେ ଆଉ ପାଞ୍ଚଜଣ ବ୍ୟକ୍ତିଙ୍କ ଦେହରେ କରୋନାଭାଇରସ୍‌ ରହିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେ. କେ. ଶୈଳଜା ରବିବାର କହିଥିବା ‌ବେଳେ ଏବେ ତାମିଲନାଡୁରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଯୁବକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ପଜେଟିଭ୍ ଆସିଛି। ଏ ନେଇ ସୂଚନା ଦେଇଛନ୍ତି ତାମିଲନାଡୁର ସ୍ବାସ୍ଥ୍ୟ ସଚିବ ବୀଲା ରାଜେଶ।

ସ୍ବାସ୍ଥ୍ୟ ସଚିିବଙ୍କ କହିବା ମୁତାବକ, ଏବେ କରୋନା ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇ ଚିକିତ୍ସା କରାଯାଉଛି। ଏହା ସହ ସେ କାହା କାହା ସଂପର୍କରେ ଆସିଛନ୍ତି, ସେ ବିଷୟରେ ମଧ୍ୟ ତଦନ୍ତ କରାଯାଉଛି। ବାହାରୁ ଆସିଥିବା ପ୍ରତି ବ୍ୟକ୍ତିଙ୍କ ସ୍କ୍ରିନିଙ୍ଗ କରାଯାଉଛି।। ଅନ୍ୟ ପକ୍ଷରେ, କରେଳରେ ୫ଜଣ ଆକ୍ରାନ୍ତ ବ୍ୟକ୍ତି ହେଉଛନ୍ତି ପତନମତିତ୍ତର ବାସିନ୍ଦା। ସେମାନଙ୍କ ମଧ୍ୟରୁ ତିନିଜଣ ଫେବ୍ରୁଆରି ୨୯ତାରିଖ ଦିନ ଇଟାଲିରୁ ଫେରିଥିଲେ। ଏହି ତିନିଜଣଙ୍କ ସଂସ୍ପର୍ଶରେ ଆସି ସେମାନଙ୍କ କୁଟୁମ୍ବର ଅନ୍ୟ ଦୁଇଜଣ କରୋନାଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କୁ ପତନମତିତ୍ତ ଜେନେରାଲ୍‌ ହସ୍‌ପିଟାଲ୍‌ର ଆଇସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର