ଏୟାର ଇଣ୍ଡିଆକୁ ମିଳିଲା ନୂଆ ମାଲିକ, ୧୮,୦୦୦କୋଟି ଟଙ୍କାରେ ବିଡ୍ ଜିତିଲା ଟାଟା ସନ୍ସ

ନୂଆଦିିଲ୍ଲୀ: ଏୟାର ଇଣ୍ଡିଆକୁ ମିଳିଲା ନୂଆ ମାଲିକ। ଅନେକ ସଂଘର୍ଷ ପରେ ଏବେ ଏୟାର ଇଣ୍ଡିଆର ବିଡ୍ ଜିତିଛି ଟାଟା ସନ୍ସ। ସ୍ପାଇସଜେଟର ଅଜୟ ସିଂଙ୍କୁ ପଛରେ ପକାଇ କମ୍ପାନି ଏହି ରାଷ୍ଟ୍ରାୟତ୍ତ ବିମାନ କମ୍ପାନିକୁ ୧୮,୦୦୦ କୋଟି ଟଙ୍କାରେ କିଣିଛି। ଏୟାର ଇଣ୍ଡିଆ ହାତକୁ ଆସିବା ପରେ ଏବେ ଟାଟା ସନ୍ସ ୩ଟି ଏୟାରଲାଇନ୍ସର ମାଲିକ ପାଲଟିଛି।

ଗତ ସପ୍ତାହରେ ଖବର ମିଳିଥିଲା ଯେ, ୬୮ବର୍ଷ ପରେ ଏୟାର ଇଣ୍ଡିଆ ପୁଲିସ ଟାଟା ଗ୍ରୁପକୁ ହାତକୁ ଆସିବ। କିନ୍ତୁ ବିନିଯୋଗ ଏବଂ ସାର୍ବଜନୀନ ସମ୍ପତ୍ତି ପରିଚାଳନା ବିଭାଗ(ଡିଆଇପିଏଏମ)ର ସଚିବ ଏକ ଟୁଇଟ କରି ଏହି ଖବରକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଦୁବାଇରେ ଏକ ସମ୍ମିଳନୀରେ ଭାଷଣ ଦେଇ ଉପଯୁକ୍ତ ସମୟରେ ଏୟାର ଇଣ୍ଡିଆର ନୂତନ ମାଲିକଙ୍କ ନାମ ଘୋଷଣା କରାଯିବ ବୋଲି କହିଥିଲେ।

www.indiatoday.in

ସୂଚନା ମୁତାବକ, ଟାଟା ଗ୍ରୁପ ସହ ସ୍ପାଇସଜେଟର ଅଜୟ ସିଂ ଏୟାର ଇଣ୍ଡିଆକୁ କିିଣିବା ପାଇଁ ଦୌଡ଼ରେ ଥିଲେ। ଏୟାର ଇଣ୍ଡିଆ ପାଇଁ ଟାଟା ସନ୍ସ ୧୮,୦୦୦ କୋଟି ଟଙ୍କାର ବିଡ୍ କରିଥିବା ବେଳେ ଅଜୟ ସିଂଙ୍କ ୧୫,୧୦୦ କୋଟି ଟଙ୍କାର ବିଡ୍ କରିଥିଲେ। ଏହା ପରେ ଟାଟା ସନ୍ସ ଅଜୟ ସିଂହଙ୍କଠାରୁ ୨,୯୦୦କୋଟି ଟଙ୍କାରେ ଆଗୁଆ ରହି ଏୟାର ଇଣ୍ଡିଆର ମାଲିକ ହୋଇପାରିଥିବା ଜଣାପଡ଼ିଛି। ଅନେକ ଦିନ ହେବ ଏୟାର ଇଣ୍ଡିଆର ନୂଆ ମାଲିକ କିଏ ହେବ? ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଏହାର ଅବସାନ ଘଟିଛିି।

ତେବେ ଏୟାର ଇଣ୍ଡିଆର ମାଲିକାନା ପାଇବା ପରେ ଟାଟା ସନ୍ସ ଏହାର ନାଁ ଏବଂ ଲୋଗୋକୁ ୫ବର୍ଷ ପର୍ଯ୍ୟନ୍ତ ବଦଳାଇପାରିବ ନାହିଁ। ଟାଟା ସନ୍ସ ଚାହିଁଲେ ୫ବର୍ଷ ପରେ ଏୟାର ଇଣ୍ଡିଆର ନାଁ ଏବଂ ଲୋଗୋକୁ ବଦଳାଇପାରିବ। କିନ୍ତୁ ଏଥିରେ ଏକ ସର୍ତ୍ତ ରଖାଯାଇଛି ଯେ, ଏହି ନାମ ଏବଂ ଲୋଗୋ କେବଳ ଭାରତୀୟ ସଂସ୍ଥା କିମ୍ବା ବ୍ୟକ୍ତିଙ୍କୁ ଦିଆଯାଇପାରିବ। କୌଣସି ବିଦେଶୀ ବ୍ୟକ୍ତି କିମ୍ବା ସଂସ୍ଥା ଏହାକୁ ନେଇପାରିବେ ନାହିଁ।

ସମ୍ବନ୍ଧିତ ଖବର