କାହିଁକି ଲାଲୁଙ୍କ ଝିଅ ରୋହିଣୀ ଦେବେ କିଡ଼ନୀ, କାରଣ କହିଲେ ତେଜସ୍ୱୀ

ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ କରାଯିବ। ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନୀ ଦେବେ | ଏହି ବିଷୟରେ ରୋହିଣୀ ଆଚାର୍ଯ୍ୟଙ୍କ ଘୋଷଣା ପରେ କଣ ପାଇଁ ସେ ହିଁ କିଡ଼ନୀ ଦେବେ ସେ ନେଇ ବିସ୍ତୃତ ଭାବେ ସୂଚନା ଦେଇଛନ୍ତି ପୁଅ ତେଜସ୍ୱୀ ଯାଦବ | କେବଳ ରୋହିଣୀ ଆଚାର୍ଯ୍ୟ ହିଁ କାହିଁକି କିଡନୀ ଦାନ କରୁଛନ୍ତି ବୋଲି ପ୍ରଶ୍ନ ଉଠିବା ପରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ୱୀ ଯାଦବ ପୁରା କଥା କହିଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏହି ପ୍ରସଙ୍ଗରେ କହିଛନ୍ତି ଯେ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କ କିଡନୀ ପ୍ରତିରୋପଣ କରାଯିବ। ଡାକ୍ତରମାନେ ଚାହୁଁଥିଲେ ଯେ ପରିବାରର କେହି ଜଣେ ତାଙ୍କ ପିତାଙ୍କୁ କିଡନୀ ଦାନ କରନ୍ତୁ ।

ଏଭଳି ପରିସ୍ଥିତିରେ ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟଙ୍କ କିଡନୀ ମ୍ୟାଚ୍ ସର୍ବୋତ୍ତମ ଥିଲା। ଏହା ଜାଣିବା ପରେ, ଆମେ ଏହା ସହିତ ଆଗକୁ ବଢ଼ିଲୁ | ସୂଚନା ଥାଉ କି ବାପାଙ୍କୁ କିଡ଼ନି ଦେବା କଥା ସ୍ପଷ୍ଟ କରିବା ସହ ରୋହିଣୀ ବାପାଙ୍କ ସହ ତାଙ୍କର ଏକ ପିଲାଦିନର ଫଟୋ ସେୟାର କରିଥିଲେ । ଫ‌ଟୋ ପୋଷ୍ଟ୍‌ କରି ରୋହିଣୀ କହିଥିଲେ, ମୋ ମା’ ଏବଂ ବାପା ମୋ ପାଇଁ ଭଗବାନ। ମୁଁ ସେମାନଙ୍କ ପାଇଁ ସବୁକିଛି କରିପାରିବି। ମୁଁ ସମସ୍ତଙ୍କ ଠାରୁ ଭଲପାଇବା ଏବଂ ସମ୍ମାନ ପାଇଛି। ସମସ୍ତଙ୍କ ପାଖରେ ମୁଁ କୃତଜ୍ଞ। ଅନ୍ୟ ଏକ ‌ପୋଷ୍ଟ୍‌ କରି ରୋହିଣୀ କହିଛନ୍ତି, ଯେଉଁ ବାପା ମତେ କହିବା ଶିଖାଇଛନ୍ତି, ଆଜି ତାଙ୍କ ପାଇଁ ମୋ ଶରୀର ଏକ କ୍ଷୁଦ୍ର ଅଂଶ ଯଦି ମୁଁ ଦେଇପାରିବି ତେବେ ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ ମନେ କରିବି। ବାପା ଏବଂ ମା’ ଏହି ପୃଥିବୀରେ ଭଗବାନ। ସମସ୍ତେ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବା ଉଚିତ।

ସମ୍ବନ୍ଧିତ ଖବର