ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ ବେଳେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର: ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ ସମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏହାଛଡ଼ା ବେଇଗ୍‌ପୋରା ଗୁଲ୍‌ଜାପୋରା ଅଞ୍ଚଳରେ ହିଜ୍‌ବ୍‌-ଉଲ୍-ମୁଜାହିଦୀନର କମାଣ୍ଡର୍ ରିୟାଜ୍ ନାଇକୁଙ୍କୁ ଧରିବାକୁ ତଲାସ ଅଭିଯାନ ମଧ୍ୟ ଚାଲିଛି।

ପୁଲିସ କହିଛି ଯେ ପୁଲ୍‌ୱାମା ଜିଲ୍ଲାର ଅବନ୍ତୀପୁର ଅଞ୍ଚଳର ଶାର୍ସାଲି ଗାଁରେ ସେ ଆତଙ୍କବାଦୀକୁ ଗୁଳି ମାରି ହତ୍ୟା କରାଯାଇଛି। ଏବେ ମଧ୍ୟ ସେ ଅଞ୍ଚଳରେ ତଲାସ ଅଭିଯାନ ଚାଲୁରହିଛି।

Image Source: Zee News

ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଦୁଇଟି ଅଭିଯାନ ଚାଲିଛି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ନିରାପତ୍ତା ବଳ ତଲାସ ଅଭିଯାନ ଆରମ୍ଭ କରିଥିଲା।

ଆଉ ଏକ ତଲାସ ଅଭିଯାନ ବେଇଗ୍‌ପୋରା ଗୁଲ୍‌ଜାପୋରା ଗାଁରେ ଚାଲିଛି। ସେ ଗାଁ ହେଉଛି ହିଜ୍‌ବୁଲ୍‌ର କାର୍ଯ୍ୟନିର୍ବାହୀ ମୁଖ୍ୟ ରିୟାଜ୍ ନାଇକୁର ଜନ୍ମମାଟି। ଏବେ କଶ୍ମୀର ଉପତ୍ୟକାରେ ସେ ହେଉଛି ସବୁଠୁ ବରିଷ୍ଠ ସକ୍ରିୟ କମାଣ୍ଡର୍। କିନ୍ତୁ, ଏବେ ନାଇକୁ କର୍ଡନ୍‌ ମଧ୍ୟରେ ରହିଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସମ୍ପ୍ରତି ନିରାପତ୍ତା ବଳ ଘରକୁ ଘର ବୁଲି ତଲାସ କରୁଛନ୍ତି ବୋଲି ପୁଲିସ କହିଛି।

 

 

ସମ୍ବନ୍ଧିତ ଖବର