କୁକୁରକୁ ତୋପ ସଲାମି ଦେଲା କେରଳ ପୁଲିସ 

ତିରୁବନନ୍ତପୁରମ: ଶେଷରେ ଚାଲିଯାଇଛି ଜୀବନ ଓ ତେବେ ନିଜ ସାଙ୍ଗକୁ ଭୁଲି ପାରିନାହାନ୍ତି କେରଳ ପୁଲିସ | ସେଥିପାଇଁ ନିଜ ବନ୍ଧୁକୁ ତୋପ ସଲାମି ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁଲିସ କର୍ମୀ | କେରଳ ପୁଲିସ ବିଭାଗର ଡଗ ସ୍କ୍ୱାର୍ଡରେ ଥଣ୍ଡର ନାମକ କୁକୁରଟିଏ ୨୦୦୯ ରେ ସାମିଲ ହୋଇଥିଲା | କେରଳ ପୁଲିସକୁ ବିଭିନ୍ନ ସର୍ଚ୍ଚ ଅପରେସନରେ ସଫଳତା ଦେଇଥିଲା ଥଣ୍ଡର |

୨୦୦୯ ମସିହାରେ କେରଳ ପୁଲିସ ବିଭାଗରେ ଏହି କୁକୁରକୁ ସାମିଲ କରାଯାଇଥିଲା | ଉଦ୍ଦେଶ୍ୟ ଥିଲା ଥଣ୍ଡର ସହାୟତାରେ ଅପରାଧୀଙ୍କୁ ଖୋଜିବା ସହଜ ହେବ | ଥଣ୍ଡର ମଧ୍ୟ ପୁଲିସକୁ ସାହାଯ୍ୟ କରିଥିଲା | କେତେବେଳେ ହତ୍ୟାକାରୀକୁ ଖୋଜିବା ହେଉ କି କେତେବେଳେ ବୋମା ସନ୍ଧାନ ସବୁଥିରେ ପୁଲିସକୁ ସଫଳତା ଆଣିଦେଇଥିଲା ଏହି କୁକୁର |

ତେବେ ରୋଗ କାରଣରୁ କିଛି ଦିନ ତଳେ ଡଗ ସ୍କ୍ୱାର୍ଡରୁ ଅବସର ନେଇଥିଲା ଥଣ୍ଡର | ଏହା ପରେ ଥ୍ରୀସୁରରେ ତାହାର ଚିକିତ୍ସା ଚାଲିଥିଲା | ତେବେ କୁକୁରଟିର ମୃତ୍ୟୁ ହୋଇଯାଇଥିଲା | ଥଣ୍ଡର ସିନା ଚାଲିଗଲା କିନ୍ତୁ ତାହାର ବଳିଦାନକୁ ଭୁଲି ନଥିଲା କେରଳ ପୁଲିସ | ନିଜର ପ୍ରିୟ ବନ୍ଧୁକୁ ଅନ୍ତିମ ବିଦାୟ ଜଣାଇବାକୁ ପୁଲିସ କର୍ମୀମାନେ ଏକତ୍ରିତ ହୋଇଥିଲେ | ପୁଷ୍ପମାଲ୍ୟ ସାଙ୍ଗକୁ ତୋପ ସଲାମି ଦେଇଥିଲେ |

ସମ୍ବନ୍ଧିତ ଖବର