ଶଶୀ ଥରୁର ଓ ପାକିସ୍ତାନୀ ସାମ୍ବାଦିକା ମେହେର ତରାର ଦୁବାଇରେ ତିନି ରାତି କଟାଇଥିଲେ, କୋର୍ଟରେ ପ୍ରକାଶ କଲେ ସରକାରୀ ଓକିଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ଶଶୀ ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କେତେକ ରୋଚକ ତଥ୍ୟ ସାମନାକୁ ଆସିଛି । ପାକିସ୍ତାନୀ ସାମ୍ବାଦିକା ମେହେର ତରାରଙ୍କ ସହ ସଂପର୍କ କାରଣରୁ ଶଶୀ ଓ ସୁନନ୍ଦାଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଯାଇଥିଲା ବୋଲି ସୁନନ୍ଦାଙ୍କ ବନ୍ଧୁ ତଥା ବରିଷ୍ଠ ସାମ୍ବାଦିକା ନଳିନୀ ସିଂ ଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ପ୍ରକାଶ କରିଛନ୍ତି । ନଳିନୀ ସିଂଙ୍କ ବକ୍ତବ୍ୟକୁ ସିବିଆଇ କୋର୍ଟରେ ସରକାରୀ ଓକିଲ ଅତୁଲ ଶ୍ରୀବାସ୍ତବ ଦାଖଲ କରିଛନ୍ତି ।

ନଳିନୀ ସିଂ ପ୍ରକାଶ କରିଛନ୍ତି ଯେ ସୁନନ୍ଦାଙ୍କ ସହ ତାଙ୍କର ବେଶ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ଥିଲା । ମୃତ୍ୟୁର ଦିନକ ପୂର୍ବରୁ ସୁନନ୍ଦା କାନ୍ଦି କାନ୍ଦି ନଳିନୀଙ୍କୁ ଫୋନ କରି କହିଥିଲେ ଯେ ଥରୁର ଓ ମେହେରଙ୍କ ମଧ୍ୟରେ ଅବୈଧ ସଂପର୍କ ଥିଲା । ଦୁହେଁ ଦୁବାଇରେ ତିନିରାତି କଟାଇଥିଲେ । ଏପରିକି ସୁନନ୍ଦାଙ୍କୁ ଛାଡପତ୍ର ଦେବାକୁ ଶଶୀ ବିଚାର କରୁଥିଲେ ବୋଲି ଶଶୀ ଓ ମେହେରଙ୍କ ମଧ୍ୟରେ ହୋଇଥିବା ମେସେଜ ଆଦାନପ୍ରଦାନରୁ ଜଣାପଡିଥିଲା ବୋଲି ସୁନନ୍ଦା ପ୍ରକାଶ କରିଥିଲେ ବୋଲି ନଳିନୀ କହିଛନ୍ତି ।

ସମ୍ବନ୍ଧିତ ଖବର