୨ଟି ପୃଥକ ଚୋରି ଘଟଣାରେ ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଠାବ କଲା ପୁଲିସ; ମାଷ୍ଟର ମାଇଣ୍ଡ ଫେରାର

ବାଲେଶ୍ୱର: ବାଲେଶ୍ୱର ଟାଉନ୍‌ ଥାନା ଅଞ୍ଚଳରେ ୨ଟି ପୃଥକ ଚୋରି ଘଟଣାରେ ପୁଲିସ ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିଛି। ୨ଟି ଡକାୟତି ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଗିରଫଙ୍କ ମଧ୍ୟରେ ଚୋରି ସାମଗ୍ରୀ କିଣିଥିବା ୨ ଜଣ ଅଭିଯୁକ୍ତ ଅଛନ୍ତି।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ଟାଉନ୍‌ ଥାନା ଅନ୍ତର୍ଗତ ଭାଇ ସାହିର ସଂଘମିତ୍ରା ବେହେରା ନାମକ ଜଣେ ମହିଳାଙ୍କ ଘରୁ ଗୋଟିଏ ସୁନା ମୁଦି ଓ ୨୦୦୦ ତାଙ୍କ ଚୋରି ହୋଇଥିବା ଅଭିଯୋଗ ଟାଉନ୍‌ ଥାନାରେ ହୋଇ ଥିବା ବେଳେ ଘଟଣା ପୂର୍ବ ରାତି ଅର୍ଥାତ ୨୭ ତାରିଖରେ ସୁନହଟ୍‌ କନକଦୂର୍ଗା ମନ୍ଦିର ନିକଟ ଜୟନ୍ତୀ ପ୍ରଧାନଙ୍କ ଘରୁ କେହି ନ ଥିବା ବେଳେ କଳା କନା ବୁଲାଇଥିଲେ ଦୁର୍ବୃତ୍ତ ।

ଜୟନ୍ତୀଙ୍କ ଘରୁ ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନାଗହଣା , ହୀରା , ମୋବାଇଲ ଓ କମ୍ପ୍ୟୁଟର ସାମଗ୍ରୀ ସହ ଦାମୀ ଘଣ୍ଟାକୁ ଦୁର୍ବୃତ୍ତ ଲୁଟି ନେଇଥିଲେ । ଉଭୟ  ଘଟଣାରେ ରବି ନାରାୟଣ ବେହେରା , ଦୀପକ୍‌ ବେହେରା , ଅଶୋକ କୁମାର ମଲ୍ଲିକ , ପ୍ରଶାନ୍ତ ଦାସ୍‌ ଓ ମକର ଦଳେଇଙ୍କୁ ଗିରଫ କରିଥିବା ବେଳେ ଚୋରି ସାମଗ୍ରୀ କିଣିଥିବା ଅଭିଯୋଗରେ ଅନନ୍ତ ସାହୁ ଓ ସୁବ୍ରତ ଗିରିଙ୍କୁ ପୁଲିସ ଗିରଫ କରିଛି । ଅନ୍ୟପଟେ ଏହି ଦୁଇଟି ଯାକ ଘଟଣାରେ ସଂପୃକ୍ତ ମାଷ୍ଟର ମାଇଣ୍ଡ ରଞ୍ଜନ ବେହେରା ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର