ନୂଆଦିଲ୍ଲୀ: ଏଣିକି ସୂର୍ଯ୍ୟାସ୍ତ ପରେ ବି ହୋଇପାରିବ ଶବ ବ୍ୟବଚ୍ଛେଦ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା । ଆବଶ୍ୟକୀୟ ଭିତ୍ତିଭୂମି ସହ ହସ୍ପିଟାଲରେ ହୋଇପାରିବ ଶବ ବ୍ୟବଚ୍ଛେଦ । ହସ୍ପିଟାଲରେ ବ୍ୟବସ୍ଥା ଥିଲେ ରାତିରେ ରାତିରେ ପୋଷ୍ଟମର୍ଟମ ହୋଇପାରିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଟ୍ୱିଟରେ ଲେଖିଛନ୍ତି, ବ୍ରିଟିଶ ଅମଳର ପୁରୁଣା ବ୍ୟବସ୍ଥା ଶେଷ ହେଲା । ରାତିରେ ଯେଉଁ ହସ୍ପିଟାଲରେ ବ୍ୟବସ୍ଥା ଅଛି ସେଠି ପୋଷ୍ଟମର୍ଟମ ହୋଇ ପାରିବ । ଏବେ କେବଳ ଦିନ ସମୟରେ ହିଁ ପୋଷ୍ଟମର୍ଟମ ହେଉଥିଲା । ହେଲେ ଏବେ କିନ୍ତୁ ରାତିରେ ବି ପୋଷ୍ଟମର୍ଟମ ହୋଇପାରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।