୧୨-୧୭ ବର୍ଷ ବୟସ୍କଙ୍କ ପାଇଁ ସେରମର କୋବୋଭାକ୍ସକୁ ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ: କୋର୍ବେଭାକ୍ସ ପରେ ୧୨-୧୭ ବର୍ଷ ବୟସ୍କଙ୍କ ପାଇଁ ସେରମର କୋବୋଭାକ୍ସକୁ ଅନୁମତି ଦେଲା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ)। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର (ଏସଆଇଆଇ)କରୋନା ଟିକା ‘କୋବୋଭାକ୍ସ’ର ସୀମିତ ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କଲା ଡିସିଜିଆଇ। ୧୨ରୁ ୧୭ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଟିକା ପ୍ରସ୍ତୁତ କରାଯାଇଛି। ଏସଆଇଆଇ ସିଇଓ ଅଦାର ପୁନାୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଦେଶରେ ଏହା ଚତୁର୍ଥ କରୋନା ଟିକା ହେବ। ଏହା ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ୧୨ରୁ ୧୮ବର୍ଷ ବୟସର ପିଲାମାନଙ୍କ ପାଇଁ ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। କୋର୍ବେଭାକ୍ସ ଟିକା କରୋନା ସହ ଲଢ଼ିବା ସହ ଟିକାର ଦୁଇଟି ଡୋଜ୍ ନେବାର ବ୍ୟବଧାନ ୨୮ଦିନ ରହିବ ବୋଲି କୁହାଯାଇଥିଲା। ଏହି ଟିକା ସଂରକ୍ଷଣ ଦୁଇରୁ ଆଠ ଡିଗ୍ରୀ ସେଲସିୟସରେ କରାଯିବ ବୋଲି ଜଣାପଡ଼ିଥିଲା।

ତେବେ ପ୍ରଥମେ ଭାରତରେ ଜାନୁଆରି ୩ରୁ ୧୫ରୁ ୧୮ବର୍ଷ ବୟସ୍କଙ୍କୁ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦିଆଯିବା ଆରମ୍ଭ କରାଯାଇଥିଲା। ଏବେ ସେମାନେ କୋଭାକ୍ସିନ ସହ କୋର୍ବେଭାକ୍ସ ଏବଂ କୋବୋଭାକ୍ସ ଟିକା ନେଇପାରିବେ।

ସମ୍ବନ୍ଧିତ ଖବର