ରାଜେଶ ପାଇଲଟ୍‌ଙ୍କ ନିଆରା କାହାଣୀ, ଯେଉଁ ବଙ୍ଗଳାକୁ କ୍ଷୀର ଯୋଗାଉଥିଲେ, ମନ୍ତ୍ରୀ ହେଲା ପରେ ସେଠାରେ ରହିଲେ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେଶ ପାଇଲଟଙ୍କ ବିଂଶତିତମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଜୀବନୀର ଏକ ପ୍ରେରଣାଦାୟୀ ଗୋପନ ଅଧ୍ୟାୟ ଟ୍ବ୍ବିଟରରେ ପୋଷ୍ଟ୍ କରିଛନ୍ତି କଂଗ୍ରେସର ଜାତୀୟ ଆବାହକ ସରଳ ପଟେଲ। କିଶୋର ଅବସ୍ଥାରେ ଦିଲ୍ଲୀର ଯେଉଁ ବଙ୍ଗଳାର ଆଉଟ୍‌ ହାଉସ୍‌ରେ ସ୍ବର୍ଗତ ପାଇଲଟ୍ ଗାଈ ରଖି ସେହି ବଙ୍ଗଳା ସମେତ ଆଖପାଖ ଇଲାକାରେ କ୍ଷୀର ଯୋଗାଉଥିଲେ, ଭବିଷ୍ୟତରେ ମନ୍ତ୍ରୀ ହେବା ପରେ ସେ ସେହି ବଙ୍ଗଳାରେ ହିଁ ରହିବାର ସୁଯୋଗ ପାଇଥିଲୋ

୧୯୪୫ ମସିହାରେ ଉତ୍ତରପ୍ରଦେଶର ଏକ ନିପଟ ମଫସଲରେ ଜନ୍ମିତ ରାଜେଶ ନିଜ ମାମୁଙ୍କ ଗୋଶାଳାରେ କାମ କରିବା ପାଇଁ ଦିଲ୍ଲୀ ପଳାଇଥିଲୋ ସେଠାରେ ମାତ୍ର ୧୦ ବର୍ଷ ବୟସରେ ସେ ୧୧୨, ଜିଆର୍ଜି ରୋଡ୍ ସ୍ଥିତ ବଙ୍ଗଳାର ଆଉଟ୍ହାଉସ୍‌ରେ ରହି ଅନ୍ୟମାନଙ୍କୁ କ୍ଷୀର ଯୋଗାଉଥିଲୋ ତେବେ ନିଜର ଅଧ୍ୟବସାୟ ବଳରେ ସେ ଭାରତୀୟ ବାୟୁସେନାରେ ଯୋଗଦେଇଥିଲେ। ୧୯୭୯ ମସିହାରେ ସେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ଇନ୍ଦିରା ଗାନ୍ଧିଙ୍କୁ ଭେଟିବା ପରେ ସେ ତାଙ୍କୁ ନିର୍ବାଚନ ଲଡ଼ିବା ପାଇଁ ଟିକେଟ୍ ପ୍ରଦାନ କରିଥିଲେ। ଫଳରେ ସେ ବାୟୁସେନା ଛାଡି଼ବା ସହ ପ୍ରଥମେ ରାଜସ୍ଥାନର ଭରତପୁର ଆସନ ଓ ପରେ ଦୌସାରୁ ବିଜୟୀ ହୋଇଥିଲେ। ପରେ ସେ ବିଭିନ୍ନ ସମୟରେ କେନ୍ଦ୍ର ଟେଲିଯୋଗାଯୋଗ, ଆଭ୍ୟନ୍ତରୀଣ ନିରାପତ୍ତା ଏବଂ ପରିବେଶ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ଏହି ସମୟରେ ସେ ସେହି ପୁରୁଣା ବଙ୍ଗଳାକୁ ହିଁ ନିଜର ସରକାରୀ ବାସଭବନ ଭାବେ ପାଇଥିଲୋ ତେବେ ୨୦୦୦ ଜୁନ୍ ୧୧ ତାରିଖରେ ନିଜ ସଂସଦୀୟ କ୍ଷେତ୍ର ଦୌସାରେ ଯାଉଥିବା ବେଳେ ଏକ କାର୍ ଦୁର୍ଘଟଣାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର