ଖାଲି ହେଉଛି ଧାରାବୀ ବସ୍ତି, ମୁମ୍ବାଇ ରେଳଷ୍ଟେସନରେ ଗହଳି

ମୁ୍ମ୍ବାଇ: ଭାରତର ଅତି ଜନବହୁଳ ଧାରାବୀ ବସ୍ତିରୁ ପ୍ରବାସୀ ଶ୍ରମିକଙ୍କୁ ଖାଲି କରିବାକୁ ମହାରାଷ୍ଟ୍ର ସରକାର ଲାଗି ପଡ଼ିଥିବା ବେଳେ ‘ଶ୍ରମିକ ସ୍ପେସାଲ’ ରେଳଗାଡ଼ିରେ ଚଢ଼ିବା ପାଇଁ ୫ ଲକ୍ଷ ଶ୍ରମିକ ଲମ୍ବାଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ବସ୍‌ରେ ମୁମ୍ବାଇ ମହାନଗରୀର ବିଭିନ୍ନ ବସ୍ତିରୁ ସେମାନଙ୍କୁ ବୁହାଚାଲିଛି। ଏହି ଶ୍ରମିକମାନେ ବିଭିନ୍ନ ନିର୍ମାଣ ସ୍ଥଳ, ଫାକ୍ଟୋରି ଓ ଇଟାଭାଟିରେ କାମ କରୁ୍‌ଥିଲେ।

କେତେକ ଶ୍ରମିକ କହିଛନ୍ତି ଯେ ସେମାନେ କେବେହେଲେ ମୁମ୍ବାଇକୁ ଫେରିବେ ନାହିଁ। ଆଉ କେତେ ଜଣ କହିଛନ୍ତି, ପରିସ୍ଥିତି ପୂରାପୂରି ସୁଧୁରିଲେ ଫେରିବେ। ଏହି ଶ୍ରମିକମାନେ ମୁଖ୍ୟତଃ ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶକୁ ଫେରିବେ। ମୁମ୍ବାଇରେ କୋଭିଡ୍‌-୧୯ ସଂକ୍ରମଣ ଭୟାବହ ହେବାରୁ ସରକାର ଏଭଳି ପଦକ୍ଷେପ ନେଇ ଲୋକଙ୍କୁ ଖାଲିକରିବାକୁ ଶେଷ ପନ୍ଥା ଧରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅନେକ ଶ୍ରମିକ ଅସୁସ୍ଥ ଥାଇ ରେଳଯାତ୍ରା କରୁଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର