କରୋନା ତୃତୀୟ ଲହର ବେଶୀଦିନ ରହିବନି

୪-୬ ସପ୍ତାହ ଗୁରୁତ୍ବପୂର୍ଣ୍ଣ: କର୍ଣ୍ଣାଟକ ସ୍ବାସ୍ଥ୍ୟ ମନ୍ତ୍ରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର କେ ସୁଧାକର କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହର ବେଶୀଦିନ ରହିବନି। ପରବର୍ତ୍ତୀ ୪-୬ ସପ୍ତାହ ଅତି ଗୁରୁତ୍ବପୂର୍ଣ୍ଣ। ଯଦି ଆମେ ଆଗାମୀ ୪-୬ ସପ୍ତାହ ସଚେତନ ରହିବା ତେବେ ଆମେ ସଂକ୍ରମଣ ନିୟନ୍ତ୍ରଣ କରିପାରିବା। ବିଶ୍ବସ୍ତରରେ ଆକଳନରୁ ଏହା ଜଣାପଡ଼ିଛି ଯେ, ୫ରୁ ୬ ସପ୍ତାହରେ ସଂକ୍ରମଣ କମିଯାଉଛି। ତୃତୀୟ ଲହର ବେଶୀଦିନ ରହିବନି। ପ୍ରଥମ ଏବଂ ଦ୍ବିତୀୟ ଲହର ପରି ତୃତୀୟ ଲହର ୩ରୁ ୪ ମାସ ରହିବନି ବୋଲି ଡାକ୍ତର ସୁଧାକର କହିଛନ୍ତି। ସଂକ୍ରମଣ ବଢ଼ିବାରୁ କର୍ଣ୍ଣାଟକରେ କଟକଣା କଡ଼ାକଡ଼ି ହୋଇଛି। ଚଳିତ ସପ୍ତାହାନ୍ତରୁ କର୍ଣ୍ଣାଟକରେ କର୍ଫ୍ୟୁ ଜାରି ହୋଇଛି। କର୍ଣ୍ଣାଟକରେ ଦଶମ, ଏକାଦଶ , ଦ୍ବାଦଶ ଏବଂ ନର୍ସିଂ କଲେଜ ବାଦ୍‌ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। କର୍ଣ୍ଣାଟକରେ କେବଳ ଅନଲାଇନ୍‌ କ୍ଲାସ୍‌ ହେବ।

ସମ୍ବନ୍ଧିତ ଖବର