ଡେଲଟା ଗଲା ଓମିକ୍ରନ ଆସିଲା, ମେଟ୍ରୋ ସହରରେ ୭୫% ଓମିକ୍ରନ୍ ଦ୍ବାରା ସଂକ୍ରମିତ: କୋଭିଡ୍ ଟାସ୍କ ଫୋର୍ସ ମୁଖ୍ୟ

ନୂଆଦିଲ୍ଲୀ: ଦେଶର ମେଟ୍ରୋ ସହରଗୁଡିକରୁ ଡେଲଟା ଚାଲିଯିବା ପରେ ଏବେ ଆସିଛି ଓମିକ୍ରନ । ଏହା କହିଛନ୍ତି କୋଭିଡ ଟାସ୍କଫୋର୍ସର ମୁଖ୍ୟ ଡାକ୍ତର ଏନ.କେ. ଆରୋରା । ଜାତୀୟ ଗଣମାଧ୍ୟମକୁ ଡାକ୍ତର ଆରୋରା କହିଛନ୍ତି, ଦେଶରେ ତୃତୀୟ ଲହର ଆସିଯାଇଛି । ଏବେ ମେଟ୍ରୋ ସହରର ଅଧିକାଂଶ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ରହିଛନ୍ତି।  ଡିସେମ୍ବର ପ୍ରଥମ ସପ୍ତାହରେ ଦେଶରେ ଓମିକ୍ରନ ଚିହ୍ନଟ ହୋଇଥିଲା । ଗତ ସପ୍ତାହରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ପ୍ରତିଶତ ଓମିକ୍ରନ ଆକ୍ରାନ୍ତ ଥିଲେ । ହେଲେ ଏବେ ଏହା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ମାତ୍ର ୭୦ଟି ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଇଥିବା ବେଳେ, ସେଥିରୁ ୩୭ଟି ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଏବେ ୩୦୦ରୁ ଉର୍ଦ୍ଧ୍ବ ନମୁନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିନୋମ ସିକ୍ୱେନ୍ସିଂ ପାଇଁ ଦିଆଯାଇଛି । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହାର ସମୀକ୍ଷା କରିଛି । ତା’ ସହିତ ଜିଲ୍ଲା ସ୍ତରରେ ହସ୍ପିଟାଲ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯିବା ସହ ଅଧିକ ଟେଷ୍ଟିଂ ଓ ଜିନୋମ ସିକ୍ୱେନ୍ସିଂ କରିବାକୁ ପରାମର୍ଶ ଦିଆଯାଇଛି ।

ତେବେ ଦେଶରେ ଏବେ ମୋଟ ‘ଓମିକ୍ରନ୍‌’ ସଂକ୍ରମଣ ସଂଖ୍ୟା ମଧ୍ୟ ୧,୭୦୦ରେ ପହଞ୍ଚିଛି। ହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୪,୫୫୮୨।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୪୫,୬୮,୮୯,୩୦୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

ସମ୍ବନ୍ଧିତ ଖବର