ସେଲ୍‌ଫି ନେବାରେ ମସଗୁଲ୍‌ ଥିଲେ ବାପା-ମା’! ଖେଳୁଖେଳୁ ପିଲା ଝରଣାରେ ବୁଡ଼ିଗଲା, କିଛି ବି ଜାଣିପାରିଲେନି…

ସୁରଟ୍‌ : ସେଲ୍‌ଫି ନେବା ନିଶାରେ ପୂର୍ବରୁ ଅନେକ ଲୋକ ନିଜର ପ୍ରାଣ ହରାଇଥିବା ବେଳେ ଏହି ସମସ୍ୟା ଏବେ ବଢ଼ି ବଢ଼ି ଚାଲିଛି । ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଦେଶର ପ୍ରତି କୋଣରୁ ସେଲ୍‌ଫି ନେଉଥିବା ବେଳେ ମୃତ୍ୟୁର ଖବର ମିଳୁଛି । କିଛି ଲୋକ ପାହାଡ଼ ଉପରେ ତ କିଛି ଲୋକ ନଦୀର ପ୍ରଖର ଶ୍ରୋତରେ ସେଲ୍‌ଫି ନେବା ନିଶାରେ ନିଜର ଜୀବନ ହାରିଥିବା ଖବର ଆଗରୁ ଆସିଥିବା ବେଳେ ଏବେ ଗୁଜୁରାଟରେ ସେଭଳି କିଛି ଘଟଣା ଘଟିଥିବା ଜଣାପଡ଼ିଛି । ଶୁକ୍ରବାର ଗୁଜୁରାଟରେ ୩ ବର୍ଷୟ ଶିଶୁର ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏଠାରେ ୩ବର୍ଷର ଶିଶୁ ନୁହେଁ ବରଂ ତା’ର ମାତା ପିତାଙ୍କ ଅବହେଳା ହେତୁ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ମୃତ ଶିଶୁର ମାତା-ପିତା ସେଲ୍‌ଫି ନେଉଥିବା ସମୟରେ ଶିଶୁଟି ଝରଣାରେ ଭାସି ମୃତ୍ୟୁବରଣ କରିଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଶନିବାର ଶିଶୁର ମୃତଦେହ ମିଳିବା ପରେ ମାତା-ପିତା ତାଙ୍କ ଶିଶୁ ଝରଣାରେ ଭାସି ମୃତ୍ୟୁବରଣ କରିଛି ବୋଲି ସେମାନେ ଜାଣିଥିଲେ ।

Times of India

ଶୁକ୍ରବାର ତାଙ୍କ ସନ୍ତାନ ନ ମିଳିବାରୁ କେହି ତାକୁ ଅପହରଣ କରି ନେଇଥିବା ନେଇ ପୁଲିସ ଆଗେରେ ମାତା-ପିତା ଅଭିଯୋଗ କରିଥିଲେ । ଝରଣା କୁଳରୁ ଶିଶୁର ଜୋତା ମିଳିବା ପରେ ଫାୟାର ବ୍ରିଗେଡ୍‌କୁ ଡ଼କାଯାଇ ଶିଶୁର ସନ୍ଧାନରେ ଲଗା ଯାଇଥିଲା । ଯାହା ପରେ ଶିଶୁକୁ ଝରଣାରୁ ଖୋଜି ବାହାର କରାଯିବା ପରେ ସତ ସାମ୍ନାକୁ ଆସିଥିଲା । ଶିଶୁର ମୃତଦେହ ମିଳିବା ପରେ ବ୍ୟବଚ୍ଛେଦ ରିପୋର୍ଟରୁ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା । ସୂଚନା ମୁତାବକ,ଶୁକ୍ରବାର ମାତା-ପିତା ତାଙ୍କ ଶିଶୁକୁ ନେଇ ବୁଲିବାକୁ ଯାଇଥିଲେ । ପିଲାଟି ଖେଳୁଥିବା ବେଳେ ମାତା-ପିତା ସେଲ୍‌ଫି ନେବା ପାଇଁ କିଛି ଦୂରକୁ ଚାଲି ଯାଇଥିଲେ । ଏହି ସମୟରେ ଖେଳି ଖେଳି ଶିଶୁଟି ଝରଣା ପାଖକୁ ଯାଇ ପାଣିରେ ପଡ଼ି ଯାଇଥିଲେ । ହଠାତ୍‌ ନିଜ ଶିଶୁକୁ ନ ପାଇ ମାତା-ପିତା କେହି ଅପହରଣ କରି ନେଇଥିବା ଭାବି ନେଇଥିଲେ ।

ସମ୍ବନ୍ଧିତ ଖବର