ନୂଆଦିଲ୍ଲୀ : ଏଣିକି ୧୨ ବର୍ଷରୁ କମ ବାଳିକାମାନଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ ମିଳିବ । ଏ ସଂପର୍କିତ ବିଲକୁ ଆଜି ସଂସଦର ମଂଜୁରୀ ମିଳିଛି । ଗତ ୩୦ ତାରିଖରେ ଏହି ବିଲଟି ଲୋକସଭାରେ ପାଶ ହୋଇଥିବାବେଳେ ଆଜି ରାଜ୍ୟ ସଭାର ମଂଜୁରୀ ମିଳିଛି । ଏବେ ଏହାକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ପରେ ଏହା ଆଇନରେ ପରିଣତ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଏପ୍ରିଲ ୨୧ରେ ଲାଗୁ ହୋଇଥିବା କ୍ରିମିନାଲ ଲ’ (ଆମେଣ୍ଡମେଣ୍ଟ ) ଅଧ୍ୟାଦେଶ ବଦଳରେ ଏହା ଲାଗୁ ହେବ । ଉତ୍ତରପ୍ରଦେଶର ଉନ୍ନାଓଠାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଜାମ୍ମୁର କଠୁଆଠାରେ ହୋଇଥିବା ଶିଶୁ ଦୁଷ୍କର୍ମ ମାମଲା ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ପରେ ସରକାର ଏହି ଅଧ୍ୟାଦେଶ ଲାଗୁ କରିଥିଲେ । ଆଜି ଗୃହର ଅଧିକାଂଶ ସଦସ୍ୟ ଏହି ବିଲକୁ ସମର୍ଥନ କରିଥିବାବେଳେ ଅଳ୍ପ କିଛି ଅଧ୍ୟାଦେଶ ମାଧ୍ୟମରେ ଆଇନ ଲାଗୁକୁ ବିରୋଧ କରିଥିଲେ । ଏହି ବିଲ ଆଇନରେ ପରିଣତ ହେବା ପରେ ଦେଶରେ ଶିଶୁମାନଙ୍କ ସୁରକ୍ଷା ହୋଇପାରିବ ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ।