କରୋନାରେ ଟାଇମ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଇନ୍ଦୁ ଜୈନଙ୍କ ପରଲୋକ

ନୂଆଦିଲ୍ଲୀ : ଟାଇମ୍ସ ଗ୍ରୁପ୍‌ ଅଧ୍ୟକ୍ଷ ଇନ୍ଦୁ ଜୈନଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। କରୋନା‌ଜନିତ କ‌ାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଇନ୍ଦୁ ଜୈନ ଜଣେ ଶିଳ୍ପସାମ୍ରାଜ୍ୟର ଅଧିପତି, ଆତ୍ମିକବାଦୀ ବକ୍ତା, ସମାଜସେବୀ ଭାବେ ଜଣାଶୁଣା ଥିଲେ। କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ସେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର