କ୍ଳାନ୍ତ ଉତ୍ତରପ୍ରଦେଶ ମନ୍ତ୍ରୀଙ୍କ ଗୋଡ଼ ଘଷିଲେ ବିଜେପି କର୍ମୀ: ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ବିଜେପି କର୍ମୀମାନେ ଆହ୍ଲାବାଦ ପୌରନିର୍ବାଚନ ପ୍ରଚାର ଅଭିଯାନରେ ଥକି ପଡ଼ିଥିବା ଉତ୍ତରପ୍ରଦେଶ ବିଜେପି ସରକାରଙ୍କର ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କର ଗୋଡ଼ ମୋଡ଼ାଘଷା କରୁଥିବାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ନନ୍ଦି ନାମରେ ପରିଚିତ ମନ୍ତ୍ରୀ ନନ୍ଦ ଗୋପାଳ ଗୁପ୍ତ ଥିବା ଏହି ଭିଡିଓ କ୍ଲିପ୍‌ ବହୁଳ ଭାବେ ରିଟୁଇଟ୍‌ କରାଯାଉଛି।

ଗୋଡ଼ ମୋଡ଼ାଘଷା କରିବାକୁ ସହକର୍ମୀମାନଙ୍କୁ ଦକ୍ଷିଣ ଆହ୍ଲାବାଦର ବିଧାୟକ ଗୁପ୍ତ କହିଥିଲେ କି, ସେମାନେ ମନକୁ ମନ ତାହା କରୁଛନ୍ତି, ସେ କଥା ସ୍ପଷ୍ଟ ହୋଇନାହିଁ। ଦାସତ୍ୱ ସେବା ଭଳି ପ୍ରଥାରେ ଲିପ୍ତ ଥିବା ରାଜ୍ୟ ବିଜେପି ନେତୃତ୍ୱ ପ୍ରତି ଅନେକେ ସାମାଜିକ ଗଣମାଧ୍ୟରେ ଅସନ୍ତୋଷ ବ୍ୟକ୍ତ କରିବା ସହ ସମାଲୋଚନା କରିଛନ୍ତି।

କେକେତ ଟୁଇଟର୍‌ ବ୍ୟବହାରକାରୀ ଏହାକୁ ହାର୍ଦ୍ଦିକ ପଟେଲ୍‌ଙ୍କ ସେକ୍ସ ସିଡି ସହ ତୁଳନା କରିଛନ୍ତି।

ଅଳ୍ପ କେତେକ ଗୁପ୍ତଙ୍କ ପଟିଆ ହୋଇ କହିଛନ୍ତି ଯେ ସେ ନିମ୍ନ ରକ୍ତ ଶର୍କର ଭୋଗୁଥାଇ ପାରନ୍ତି। ସେଥିକୁ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ।

ସମ୍ବନ୍ଧିତ ଖବର