ଦୁଇ ଟ୍ରକ୍‌ ମଧ୍ୟରେ ଧକ୍କା, ଡ୍ରାଇଭର ଗୁରୁତର

ଭୁବନେଶ୍ୱର: ଆଜି ସକାଳେ ଭୁବନେଶ୍ୱର ସିଆରପି ଛକ ଓଭର ବ୍ରିଜ୍‌ ଉପରେ ଏକ ଟ୍ରକ୍‌ ସହିତ ଅନ୍ୟ ଏକ ଟ୍ରକ୍‌ ପଛରୁ ଧକ୍କା ଦେଇଛି। ଫଳରେ ପଛ ଟ୍ରକ୍‌ର ଡ୍ରାଇଭର ଷ୍ଟିୟରିଂରେ ଚାପି ହୋଇ ରହିଯାଇଥିିଲେ। ଖବରପାଇ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ର ଡୋର କାଟି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର