ସଂସଦ ନ ଯାଇ ନିଜ ଅଂଚଳର ଲୋକଙ୍କୁ କରୋନାକୁ ନେଇ ସଚେତନ କରିବେ ସାଂସଦ

କୋଲକାତା: କରୋନା ଭାଇରସ ସଂକ୍ରମଣ କିଭଳି ନ ହେବ ଏଥିପାଇଁ ସାଂସଦମାନେ ପ୍ରଚେଷ୍ଟା କରିବେ | ନିଜ ସଂସଦୀୟ କ୍ଷେତ୍ରର ଜନତାଙ୍କୁ କରୋନା ବାବଦରେ ସଚେତନ କରିବାକୁ ସେହି ଅଞ୍ଚଳରେ ଲଗାତାର କାମ କରିବେ | କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମମତା ବାନାର୍ଜୀ | ଏଥିପାଇଁ ସଂସଦ ନ ଯାଇ ନିଜ ସଂସଦୀୟ କ୍ଷେତ୍ରକୁ ଫେରିଆସିବାକୁ ମମତା ନିଜ ସାଂସଦ ମାନଙ୍କୁ କହିଛନ୍ତି | ରବିବାର ଦିନ ଟିଏମସି ଘୋଷଣା କରିଛି ଯେ କରୋନା ଭାଇରସ୍ ଭୟକୁ ଦୃଷ୍ଟିରେ ରଖି ସଂସଦରୁ ଓହରି ନିଜ ନିର୍ବାଚନମଣ୍ଡଳୀକୁ ଫେରିବା ପାଇଁ ଏହାର ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

NDTV

ଟିଏମସି ରାଜ୍ୟସଭା ସାଂସଦ ଡେରେକ ବ୍ରିଏନ ଉଭୟ ଗୃହର ଅଧ୍ୟକ୍ଷଙ୍କୁ ଚିଠି ଲେଖି ମାର୍ଚ୍ଚ ୨୩ରୁ ୩ ଏପ୍ରିଲ ପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ରହିବେ ନାହିଁ ବୋଲି ଜଣାଇଦେଇଛନ୍ତି |

ଏହି ସମୟ ମଧ୍ୟରେ ସାଂସଦମାନେ କରୋନାଭାଇରସ୍ ଉପରେ ସଚେତନତା ସୃଷ୍ଟି କରିବାକୁ ନିଜ ନିଜ ନିର୍ବାଚନମଣ୍ଡଳୀରେ କାର୍ଯ୍ୟ କରିବେ | ଏଠାରେ ସୂଚନା ଥାଉ କି ଟିଏମସିର ଲୋକସଭାରେ ୨୨ ଜଣ ଏବଂ ରାଜ୍ୟସଭାରେ ୧୩ ଜଣ ସାଂସଦ ଅଛନ୍ତି |

ସମ୍ବନ୍ଧିତ ଖବର