ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନ ୬ ମାସ ବଢ଼ାଇବା ପ୍ରସଂଗରେ ବିଜେଡି ଦେଲା ସମର୍ଥନ, ବିଲ୍ ରାଜ୍ୟସଭାରେ ପାରିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟସଭାରେ ଆଗତ ହୋଇଥିବା ପ୍ରଥମ ବିଲ୍‌ ପାରିତ ହୋଇଛି।  କରିବା ବିଲ୍ ପାରିତ କରିବା ନେଇ ସରକାରଙ୍କୁ  କୌଣସି ବିଶେଷ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ି ନାହିଁ। ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ବିଲଟି ପାରିତ ହୋଇଛି । ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା  ‘ଜମ୍ମୁ ଏବଂ କଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪’ ସଂଶୋଧନ ବିଲ୍‌ ରାଜ୍ୟସଭାରେ ଆଗତ କରିବା ପରେ ସଂଧ୍ୟାରେ ଏହା ଗୃହ.ରେ ପାରିତ ହୋଇଛି। ଏହି ବିଲକୁ ବିଜୁ ଜନତା ଦଳ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ସମର୍ଥନ କରିଥିବା ବେଳେ ଡିଏମକେ ଏହାର ବିରୋଧ କରିଥିଲା। 

ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ୬ ମାସ ବୃଦ୍ଧି କରାଇବା ପ୍ରସଂଗରେ ତୃଣମୂଳ କଂଗ୍ରେସର ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଜ ସଂକେତ ଦେବା ପରେ ଏହା ଏକ ରକମର ସ୍ପଷ୍ଟ ହୋଇଥିଲା।

କେବଳ ଟିଏମ୍‌ସି ନୁହେଁ, ସମାଜବାଦୀ ପାର୍ଟି ଓ ବିଜେଡି ପକ୍ଷରୁ ବି ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ବଢ଼ାଇବା ପ୍ରଂସଗରେ ସମ୍ମତି ମିଳିିଛି।

Times of India

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି ଶାସନକୁ ଆଉ ୬ ମାସ ବଢ଼ାଇବା ସକାଶେ ‘ଜମ୍ମୁ ଏବଂ କଶ୍ମୀର ଆରକ୍ଷଣ ଅଧିନିୟମ, ୨୦୦୪’ ସଂଶୋଧନ ବିଲ୍‌ ରାଜ୍ୟସଭାରେ ଉପସ୍ଥାପନା କରିଥିଲେ। ଏହା ପୂର୍ବରୁ ଏହି ବିଲ୍‌ ଶୁକ୍ରବାର ଲୋକସଭାରେ ପାରିତ ହୋଇଥିଲା। ଏହାକୁ ବିଭିନ୍ନ ଦଳ ପକ୍ଷରୁ ସମର୍ଥନ ମିଳିଛି।

ଏହି ପ୍ରସ୍ତାବ ବ୍ୟତୀତ ଆହୁରି ଏକ ପ୍ରସ୍ତାବ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି। ଜମ୍ମୁ-କଶ୍ମୀରର ଅନ୍ତରାଷ୍ଟ୍ରୀୟ ସୀମାରେ ରହୁଥିବା ଲୋକମାନଙ୍କୁ ଆରକ୍ଷଣ ଦେବା ପାଇଁ ମଧ୍ୟ ଅମିତ ଶାହା ଏକ ବିଲ୍‌ ପାସ୍‌ କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର