୭ ବର୍ଷୀୟ ଶିଶୁର ନଖ ଉପାଡିବା ସହ ସିଗାରେଟ ଚେଙ୍କ ଦେଲେ ଭାଇ-ଭାଉଜ

ଜୟପୁର: ଅନାଥ ଶିଶୁ ଉପରେ ପାଶବିକ ଅତ୍ୟାଚାର | ଶିଶୁଟି ଘରର କାମ ନ କରିବାରୁ ସିଗାରେଟ ଚେଙ୍କ ସହ ନଖ ଉପାଡିବା ଭଳି ଅତ୍ୟାଚାର କରିଛନ୍ତି ସମ୍ପର୍କୀୟ ଭାଇ-ଭାଉଜ | ରାଜସ୍ଥାନର ରାଜସମନ୍ଦ ଅଂଚଳରେ ଏଭଳି ଏକ ଅମାନବୀୟ ଘଟଣା ସାମନାକୁ ଆସିଛି | ଯାହାକୁ ଶୁଣିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ | ରାଜସ୍ଥାନର ରାଜସମନ୍ଦରେ ରୁହନ୍ତି ବାବୁଲା (ଛଦ୍ମନାମ) | ଜନ୍ମ ହେବାର କିଛି ଦିନ ପରେ ତାଙ୍କ ମା ଙ୍କ ମୃତ୍ୟୁ ହେବା ପରେ ବାପା ଅନ୍ୟତ୍ର ବାହା ହୋଇ କୁଆଡେ ଚାଲିଯାଇଥିଲେ | ସମ୍ପର୍କୀୟ ଭାଇ-ଭାଉଜ ବାବୁଲାଙ୍କୁ ଘରକୁ ନେଇ ଆସିଥିଲେ | ଶିଶୁଟିକୁ ପାଠ ପଢ଼ାଇବା ବଦଳରେ ଘରର କାମରେ ଲଗାଇଥିଲେ |

ତେବେ ଶିଶୁଟି ସବୁ କାମ କରିବାକୁ ସକ୍ଷମ ହୋଇନପାରିବାରୁ ଭାଇ-ଭାଉଜ ତାହାର ଶରୀରରେ ସିଗାରେଟ ଚେଙ୍କ ଦେଉଥିଲେ | ଏତିକିରେ ସରିନଥିଲା ଶିଶୁ ପ୍ରତି ବର୍ବରତା | ଶିଶୁର ନଖ ଉପାଡିବା ସହ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ପକାଇଦେଉଥିଲେ | ଯେବେ ଯନ୍ତ୍ରଣା ଅସହ୍ୟ ହେବାରୁ ଶିଶୁଟି ଘରୁ ଦୌଡ଼ି ଯାଇ ଥାନାରେ ପହଁଚିଯାଇଥିଲା |

ତେବେ ପୁଲିସ ଶିଶୁ ପାଖରୁ ବର୍ବରତାର କାହାଣୀ ଶୁଣି ନିରବ ରହିଯାଇଥିଲେ | ପରେ କିଛି ସ୍ଥାନୀୟ ଲୋକ ପୁଲିସର ନୀରବତା ଦେଖି ଏକ ଭିଡିଓ ପ୍ରସ୍ତୁତ କରି ଭାଇରାଲ କରିଥିଲେ | ଏହା ପରେ ପୁଲିସ ଅଭିଯୁକ୍ତ ଭାଇ-ଭାଉଜ (କିଶନ ଓ ରେଖା) ଙ୍କୁ ଗିରଫ କରିଛି | ତେବେ ଶିଶୁର ଅଭିଯୋଗ ପରେ ବି ପୁଲିସ ବିଳମ୍ବରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି |

ସମ୍ବନ୍ଧିତ ଖବର