ଭାରତୀୟ ସେନା ପାଇଁ ଏହି ଷ୍ଟାର୍ଟଅପ ନିର୍ମାଣ କରୁଛି ମାନବବିହୀନ ଗାଡି

ନୂଆଦିଲ୍ଲୀ: ଭାରତୀୟ ସେନା ପାଇଁ ମାନବବିହୀନ ଯାନ ନିର୍ମାଣରେ ଲାଗିପଡିଛନ୍ତି ତିନି ଜଣ ସାଙ୍ଗ | ୨୦୧୯ ମସିହାରେ ମେକଟ୍ରୋନିକ୍ସ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ଏମ.ବିଘ୍ନେଶ, ଵିଭାକର କୁମାର ଓ କେ.ଅଭି ବିଘ୍ନେଶ ଟୋରସ ରୋବଟିକ୍ସ ନାମକ କମ୍ପାନୀ ଆରମ୍ଭ କରିଥିଲେ | ଚେନ୍ନାଇରେ ସ୍ଥାପିତ ହୋଇଥିବା ଏହି କମ୍ପାନୀ ସେନା ପାଇଁ ମୋଡ୍ୟୁଲର ମାନବବିହୀନ ଗ୍ରାଉଣ୍ଡ ଭେଇକିଲ(ୟୁଜିଭି) ନିର୍ମାଣ କରିଥାଏ | ମାନବବିହୀନ ଯାନ ନିର୍ମାଣ କରିବାକୁ କାହିଁକି ମନକୁ ଆସିଥିଲା ପ୍ରଶ୍ନରେ ଏମ.ବିଘ୍ନେଶ କୁହନ୍ତି ଯେ ଉରୀ ଆକ୍ରମଣ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା |

ଭାରତୀୟ ଯବାନଙ୍କୁ ଯେଭଳି ଭାବେ ଚାରିଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ ଏହା ଦେଖି ମନକୁ ଭାବନା ଆସିଥିଲା ଯେ କିଭଳି ମାନବବିହୀନ ପ୍ରଣାଳୀକୁ ବିକଶିତ କରାଯାଇପାରିବ | ଯାହାଦ୍ୱାରା ଭାରତୀୟ ଯବାନଙ୍କ ଜୀବନକୁ ବଞ୍ଚାଇପାରିବ | ବିପଦପୂର୍ଣ୍ଣ ସ୍ଥାନରେ ଯବାନ ନିଜେ ନ ଯାଇ କିଭଳି ମାନବବିହୀନ ଯାନ ପଠାଇ ଯାଞ୍ଚ କରିପାରିବେ ସେହି ଲକ୍ଷ୍ୟ ନେଇ ୟୁଜିଭି ନିର୍ମାଣ ଆରମ୍ଭ କରାଯାଇଥିଲା |

ଟୋରସ ରୋବଟିକ୍ସ ଏପର୍ଯ୍ୟନ୍ତ ଲ୍ୟାଣ୍ଡମାଇନ ଓ ଅଜ୍ଞାତ ସ୍ଥାନରେ ଥିବା ବିସ୍ଫୋରକ ଖୋଜିବା ପାଇଁ ମାନବବିହୀନ ଯାନ ନିର୍ମାଣ କରିପାରିଛି | ସେହିପରି ଡିଆରଡିଓ ପାଇଁ ମୋବାଇଲ ସ୍ୱାୟତ୍ତ ରୋବଟିକ ସିଷ୍ଟମ(ମାର୍ସ) ମଧ୍ୟ ନିର୍ମାଣ କରିଛି | ତେବେ ପ୍ରୋଟୋଟାଇପ ବା ନମୁନା ନିର୍ମାଣ ପାଇଁ ଅଧିକ ପୁଞ୍ଜିନିବେଶର ଆବଶ୍ୟକତା ରହିଥିବାର ଏମ.ବିଘ୍ନେଶ କୁହନ୍ତି |

ସମ୍ବନ୍ଧିତ ଖବର