ସରକାରୀ ବାସଭବନରେ ଗାଈ ରଖିବେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ଅଗରତାଲା : ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଏଥର ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବିପ୍ଳବ ଦେବ କହିଛନ୍ତି ସେ ଏବଂ ତାଙ୍କ ପରିବାର ସଦସ୍ୟ ତାଙ୍କ ସରକାରୀ ବାସଭବନରେ ଗାଈ ରଖିବେ। ଏହାଦ୍ବାରା ରାଜ୍ୟର ଅନ୍ୟ ବାସିନ୍ଦାମାନେ ମଧ୍ୟ ଉତ୍ସାହିତ ହେବେ ଏବଂ ଗୋପାଳନ କରି ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରିବେ। ଦୁଗ୍ଧ ପାନ କରିବା ଦ୍ବାରା ସେମାନଙ୍କଠାରୁ କୁପୋଷଣ ଦୂର ହୋଇ ସେମାନେ ସ୍ବାସ୍ଥ୍ୟପ୍ରଦ ଜୀବନ ଜିଇଁପାରିବେ ବୋଲି ବିପ୍ଳବ ଦେବ କହିଛନ୍ତି। ବିଜେପି କୃଷକ ଶାଖାର ଏକ କିଷାନ ମୋର୍ଚ୍ଚା ସମାବେଶରେ ବିପ୍ଳବ ଦେବ ଏକଥା କହିଛନ୍ତି। ତ୍ରିପୁରାରେ ବିଜେପି ସରକାର ଖୁବ୍‌ ଶୀଘ୍ର ଏକ ପ୍ରକଳ୍ପ ଆରମ୍ଭ କରିବେ ଏବଂ ଏହି ପ୍ରକଳ୍ପ ଅଧୀନରେ ବ୍ୟାଙ୍କ୍‌ ଲୋନ୍‌ ଦ୍ବାରା ୫,୦୦୦ ପରିବାରକୁ ୧୦,୦୦୦ ଗାଈ ଦିଆଯିବ ବୋଲି ବିପ୍ଳବ କହିଛନ୍ତି।

ସମ୍ବନ୍ଧିତ ଖବର