କଶ୍ମୀର : ଅନନ୍ତନାଗରେ ଟ୍ରକ ଡ୍ରାଇଭରଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ

ଜମ୍ମୁ : କଶ୍ମୀରରୁ ଭାରତ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ଇସ୍ଲାମୀୟ କଠୋରପନ୍ଥୀମାନେ ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରିବା ଅବ୍ୟାହତ ରଖିଛନ୍ତି । ଆଜି ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଜଣେ ଟ୍ରକ ଡ୍ରାଇଭରକୁ ଗୁଳି କରି ହତ୍ୟା କରିଛନ୍ତି । ଗତ ମାସକ ମଧ୍ୟରେ ଏହା ହେଉଛି ୪ର୍ଥ ହତ୍ୟା । ମୃତ ଡ୍ରାଇଭରଙ୍କ ନାଁ ନାରାୟଣ ଦତ୍ତ ଓ ସେ ଜମ୍ମୁର ରିଆସି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି । ଆତଙ୍କବାଦୀମାନେ ଏବେ ମୁଖ୍ୟତଃ ଘାଟି ବାହାରୁ ଯାଉଥିବା ବ୍ୟବସାୟୀ ଓ ଲୋକମାନଙ୍କୁ ଟାର୍ଗେଟ କରୁଛନ୍ତି ।
ଭାରତ ସରକାର ଗତ ଅଗଷ୍ଟ ୫ରେ ଭାରତ ସରକାର କଶ୍ମୀର ଉପରୁ ଧାରା ୩୭୦ ଉଠାଇଦେଇଥିଲେ । ଏହା ସହିତ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ତେବେ ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ ଗୃହବନ୍ଦୀ କରି ରଖିଥିଲେ । ଏହା ସହିତ ଇଣ୍ଟରନେଟ ଓ ମୋବାଇଲ ସେବା ବନ୍ଦ କରିଦେଇଥିଲେ ।

ସମ୍ବନ୍ଧିତ ଖବର