ଟ୍ରମ୍ପ୍‌ଙ୍କ ଚେତାବନୀ: ନିର୍ବାଚନ ଫଳାଫଳ ମାସେ ଲାଗିପାରେ, ଏମିତିକି ପ୍ରକାଶ ପାଇ ନ ପାରେ

ୱାସିଂଟନ : କରୋନା ମହାମାରୀ ସମୟରେ ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଟ୍ରମ୍ପ୍‌ ଅନାଗ୍ରହ ପ୍ରକାଶ କରିଛନ୍ତି। ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି, ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ସପ୍ତାହେ କିମ୍ବା ମାସେ ଲାଗିପାରେ। ଏମିତିକି ଫଳାଫଳ ପ୍ରକାଶ ପାଇ ନପାରେ ବୋଲି ଆମେରିକା ରାଷ୍ଟ୍ରପତି ‌କହିଛନ୍ତି। କରୋନା ମହାମାରୀ ଯୋଗୁଁ ନିର୍ବାଚନ ପରିଚାଳନାରେ ବହୁ କଟକଟା ଲାଗୁ ହେବ। ମତଦାତାମାନେ ମେଲ୍‌ କିମ୍ବା ପୋଷ୍ଟାଲ ଜରିଆରେ ଭୋଟ ଦେବେ। ଏସବୁ ଭୋଟ ଗଣନା ପାଇଁ ସପ୍ତାହେ କିମ୍ବା ମାସେରୁ ଅଧିକ ସମୟ ନେଇପାରେ। ସ୍ଥଳବି‌ଶେଷରେ ନିର୍ବାଚନ ଫଳ ପ୍ରକାଶ ପାଇ ନପାରେ ବୋଲି ଟ୍ରମ୍ପ୍‌ ଚେତାବନୀ ଦେଇଛନ୍ତି। ଏଥର କରୋନା ମହାମାରୀ ଯୋଗୁଁ ମତଦାନ ଓ ଭୋଟ ଗଣନା ପ୍ରକ୍ରିୟା ଅସ୍ବାଭାବିକ ଭାବେ ବିଳମ୍ବ ହେବାର ସମ୍ଭାବନା ରହିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଅପରପକ୍ଷେ, କରୋନା ମହାମାରୀ ପାଇଁ ନିର୍ବାଚନ ପରିଚାଳନାରେ ବହୁ ତ୍ରୁଟି ଦେଖାଦେବାର ସମ୍ଭାବନା ରହିଛି। ଏଭଳି ଏକ ସମୟରେ ନିର୍ବାଚନ ପରିଚାଳନା କରିବା ପାଇଁ ଦେଶ ପ୍ରସ୍ତୁତ ନାହିଁ। ଏହା ଆଗାମୀ ସମୟରେ ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଟ୍ରମ୍ପ୍‌ କହିଛନ୍ତି।

ସମ୍ବନ୍ଧିତ ଖବର