ସିରିଆ ଉପରେ ତୁର୍କୀର ଆକ୍ରମଣ ଅବ୍ୟାହତ, ୟୁରୋପୀୟ ସଂଘର ବିରୋଧ

ଅଙ୍କାରା : ସିରିଆର ଉତ୍ତରରେ ଥିବା କୁର୍ଦ ବହୁଳ ଇଲାକାରେ ଗତ କାଲିଠାରୁ ଆରମ୍ଭ ହୋଇଥିବା ତୁର୍କୀର ଆକ୍ରମଣ ଅବ୍ୟାହତ ରହିଛି । ଉତ୍ତର ସିରିଆରେ ସକ୍ରିୟ ଥିବା କୁର୍ଦିସ୍ତାନ ଓ୍ଵାର୍କର୍ସ ପାର୍ଟି ବିରୋଧରେ ତୁର୍କୀ ଏହି ଆକ୍ରମଣ କରିଛି । ଏହି ପାର୍ଟିକୁ ତୁର୍କୀ ଆତଙ୍କବାଦୀ ସଂଗଠନ ବୋଲି କହୁଛି । ଆଜି ତୁର୍କିର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଯୋଜନା ଅନୁସାରେ ଏହି ଆକ୍ରମଣ ସଫଳ ହୋଇଛି ।

ଅନ୍ୟପକ୍ଷରେ ତୁର୍କୀ ସମର୍ଥିତ ବିଦ୍ରୋହୀ ଗୋଷ୍ଠୀ ଫ୍ରି ସିରିଆନ ଆର୍ମି ୟୁପ୍ରେଟିସ ନଦୀର ପୂର୍ବରେ ଥିବା ଅଞ୍ଚଳମାନଙ୍କରେ ପ୍ରବେଶ କରିଛି । ତେବେ ସିରିଆ ଉପରେ ତୁର୍କିର ଆକ୍ରମଣକୁ ନେଇ ସମଗ୍ର ବିଶ୍ୱରେ ବିରୋଧ ପ୍ରକାଶ ପାଇଛି । ୟୁରୋପୀୟ ସଂଘ,ଆମେରିକା ପ୍ରଭୃତି ଦେଶ ଏହାକୁ ବିରୋଧ କରିଛନ୍ତି । ତୁର୍କୀ ଅସ୍ତ୍ରଶସ୍ତ୍ର ରପ୍ତାନି ଉପରେ କଟକଣା ଲାଗୁ ପାଇଁ ସ୍ୱୀଡେନ ସଂସଦରେ ଆଜି ଦାବି ହୋଇଛି । ତେବେ ଯଦି ଏହି ଆକ୍ରମଣକୁ ୟୁରୋପୀୟ ସଂଘ ବିରୋଧ କରେ ତେବେ ୟୁରୋପକୁ ଲକ୍ଷ ଲକ୍ଷ ସିରିଆ ଶରଣାର୍ଥୀଙ୍କୁ ପଠାଇଦେବ ବୋଲି ତୁର୍କୀ ଧମକ ଦେଇଛି।

ସମ୍ବନ୍ଧିତ ଖବର