ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଗତ ରାତିରେ ଶ୍ରୀନଗର ଉପକଣ୍ଠରେ ଏନ୍‌କାଉଣ୍ଟର୍‌ ଯୋଗୁଁ ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କ ନିରାପତ୍ତା ଅଧିକାରୀଙ୍କ ଉପରେ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିବାକୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିବା କଥା ଶୁକ୍ରବାର ସକାଳେ ଅଧିକାରୀମାନେ କହିଛନ୍ତି।

ଏ ପର୍ଯ୍ୟନ୍ତ ଦୁଇଟି ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ସେମାନଙ୍କର ପରିଚୟ ଖୋଜା ଚାଲିଛି। ଶବ ସହ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି। ବୋଲି ପୁଲିସ ତରଫରୁ କୁହାଯାଇଛି।

ଗୁରୁବାର ଅପରାହ୍ଣରେ ଖୁନ୍‌ମୋଃ ଅଞ୍ଚଳରେ ବିଜେପି ନେତା ଅନ୍‌ଓ୍ଵାର୍‌ ଖାଁ’ଙ୍କ ନିରାପତ୍ତା ଅଧିକାରୀଙ୍କ ଉପରକୁ ଗୁଳି ଚଳାଇ ଆତଙ୍କବାଦୀମାନେ ଖସି ଯାଇଥିଲେ। ଅଧିକାରୀ ବିଲାଲ୍‌ ଅହମଦ୍‌ଙ୍କ ଗୋଟିଏ ଗୋଡ଼ରେ ସାମାନ୍ୟ ଗୁଳି ଚୋଟ ଲାଗିଛି।

ନିରାପତ୍ତା ବଳ ସମ୍ପୃକ୍ତ ଅଞ୍ଚଳରେ କେତେଗୁଡ଼ିଏ ଘରକୁ କଡର୍ନ କରି ଆତଙ୍କବାଦୀଙ୍କୁ ତଲାସ କରୁଥିବାବେଳେ ସେମାନେ ଗୁଳିଚଳାଇବାରୁ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା।

ଗୁଳିବିନିମୟ ବେଳେ ଆହତ ହୋଇଥିବା ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ଆରୋଗ୍ୟ ହେଉଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର