ଛତିଶଗଡ଼ରେ ନକ୍ସଲ ଆକ୍ରମଣ, ୨ ଯବାନ ସହିଦ, ଜଣେ ସାଧାରଣ ନାଗରିକ ଆହତ

ରାୟପୁର: ଛତିଶଗଡ଼ର ବିଜାପୁରୁ ଜିଲ୍ଲାରେ ଶନିବାର ନକ୍ସଲ ଆକ୍ରମଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ନକ୍ସଲ ଆକ୍ରମଣ ଘଟଣାରେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତିି କରାଯାଇଛି। ଜଣେ ପୁଲିସ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପାମେଡ ଥାନା ଅଂଚଳରେ ଏହି ଆକ୍ରମଣ ହୋଇଛି। ଆକ୍ରମଣରେ ଅରବିନ୍ଦ ମିଂଜ ଓ ସୁକ୍କୁ ହପକା ସହିଦ ହୋଇଛନ୍ତି।

ସମ୍ବନ୍ଧିତ ଖବର