ଉଦ୍ଧବ ଠାକରେଙ୍କ ଶାଳକଙ୍କ ଉପରେ ଇଡିର ଚଢ଼ାଉ, ୬.୪୫ କୋଟି ବାଜ୍ୟାପ୍ତ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶାଳକଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଚଢାଉ କରାଯାଇଛି। ଏହି ଚଢ଼ାଉ କାଳରେ ଏକ ମନି ଲଣ୍ଡରିଂ ମାମଲାରେ ଇଡି କର୍ତ୍ତୃପକ୍ଷ ତାଙ୍କର ୬.୪୫ କୋଟିର ସମ୍ପତ୍ତିକୁ ବଜ୍ୟାପ୍ତ କରିଛନ୍ତି ବୋଲି ଅଧିକାରୀମାନେ ମଙ୍ଗଳବାର ଦିନ କହିଛନ୍ତି।

ଠାକରେଙ୍କ ଦଳ ଶିବସେନା  କେନ୍ଦ୍ର ବିରୋଧରେ ଅଭିଯୋଗ କରି ଅଣ ବିଜେପି ଶାସିତ ପଣ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରକୁ କେନ୍ଦ୍ର ସରକାର ଟାର୍ଗେଟ କରୁଥିବା ଅଭିଯୋଗ କରିବାର ଦୁଇ ସପ୍ତାହ ପରେ ଏହି ପଦକ୍ଷେପ ନିଆଯାଇଛି। ଆୟକର ବିଭାଗ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ, ଜଣେ ମନ୍ତ୍ରୀ ତଥା ସହକର୍ମୀ ଅନିଲ ପ୍ରାରବଙ୍କ ସହ ଜଡିତ ଲୋକଙ୍କ ଉପରେ ଏକାଧିକ ଚଢାଉ କରିଛି।

ଏ ସବୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ପାଞ୍ଚ ବର୍ଷ ପୂର୍ବେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କ’ଣ ତାହା କେହି ଜାଣି ନଥିଲେ ବୋଲି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଭେଟେରାନ ରାଜନେତା ତଥା ଉଦ୍ଧବ ଠାକରେଙ୍କ ସହଯୋଗୀ ଶରଦ ପାୱାର କହିଛନ୍ତି।

ଏକ ବିବୃତ୍ତିରେ ଆର୍ଥିକ ଅପରାଧର ଅନୁସନ୍ଧାନ କରୁଥିବା ଇଡି କହିଛି ଯେ ଶ୍ରୀ ସାଇବାବା ଗୃହନିରମିତିି ପ୍ରାଇଭେଟ୍‌ ଲିମିଟେଡ୍‌ର ମୁମ୍ବାଇ ନିକଟସ୍ଥ ଥାନେରେ ଅବସ୍ଥିତ ନୀଲାମ୍ବାରୀ ପ୍ରକଳ୍ପରେ ୧୧ଟି ଆବାସିକ ଫ୍ଲାଟ୍‌ ଜବତ କରିବାକୁ ଏହା ଏକ ଅସ୍ଥାୟୀ ଆଦେଶ ଜାରି କରିଛି।

ଶ୍ରୀ ଠାକରେଙ୍କ ପତ୍ନୀ ରଶ୍ମିଙ୍କ ଭାଇ ଶ୍ରୀଧର ମାଧବ ପଟାଙ୍କାର ଶ୍ରୀ ସାଇବାବା ଗୃହନିରମିତିି ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ଏବଂ ଏହାକୁ ନିୟନ୍ତ୍ରଣ କରନ୍ତି ବୋଲି ଏଥିରେ କୁହାଯାଇଛି। ଇଡିି ଅଭିଯୋଗ କରିଛି ଯେ ପୁଷ୍ପକ ବୁଲିୟନ ନାମକ ଏକ କମ୍ପାନି ବିରୋଧରେ ଅନୁସନ୍ଧାନ କରାଯାଉଥିବା ଏକ ମନି ଲଣ୍ଡରିଂ ମାମଲାରେ ହଡପ କରାଯାଇଥିବା ପାଣ୍ଠି ଶ୍ରୀ ସାଇବାବା ଗୃହନିରମିତିି ପ୍ରାଇଭେଟ ଲିମିଟେଡର ରିଅଲ ଇଷ୍ଟେଟ ପ୍ରକଳ୍ପରେ ବିନିଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର