ତାଇୱାନ ଉପରୁ କଟକଣା ହଟାଇଲା ଆମେରିକା : କଡ଼ା ଚେତାବନୀ ଦେଲା ଚୀନ୍‌

ୱାସିଂଟନ ୧: ତାଇୱାନ ଏବଂ ହଂକଂ ମାମଲାରେ ଚୀନ୍‌ର କୌଣସି ଚେତାବନୀକୁ ଖାତିର୍‌ ନକରି ଆଜି ଆମେରିକା ଏକ ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛି। ତାଇୱାନଆ ମେରିକାର ସଂପର୍କରେ ପୂର୍ବରୁ ଥିବା ସମସ୍ତ କଟକଣାକୁ ଆଜି ଆମେରିକା ପ୍ରତ୍ୟାହାର କରିନେଇଛି ଏବଂ ଚୀନ୍‌ର ଭୂମିକାକୁ ଅତ୍ୟନ୍ତ ଗୌଣ କରିଛି। ଏ ବାବଦରେ ଆଜି ଆମେରିକା ବିଦେଶ ସଚିବ ମାଇକ୍‌ ପୋମ୍ପିଓ ଘୋଷଣା କରିବା ପରେ ଚୀନ୍‌ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆମେରିକା ବହୁତ ବଡ଼ ଭୁଲ୍‌ କରିଛି ଏବଂ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ହେବ ବୋଲି ଚୀନ୍‌ ଚେତାବନୀ ଦେଇଛି। ଅନ୍ୟପକ୍ଷରେ ଆମେରିକାର ଏହି ନିଷ୍ପତ୍ତିକୁ ତାଇୱାନ କର୍ତ୍ତୃପକ୍ଷ ସ୍ବାଗତ କରିବା ସହ ଏହା ଉଭୟ ଗଣତନ୍ତ୍ରର ସଂପର୍କକୁ ଅଧିକ ସୁଦୃଢ଼ କରିବ ବୋଲି କହିଛି। ତାଇୱାନକୁ ଏବେ ଶକ୍ତିଶାଳୀ କ୍ଷେପଣାସ୍ତ୍ରଠାରୁ ଆରମ୍ଭ କରି ଅନ୍ୟ ଯୁଦ୍ଧାସ୍ତ୍ର ଦେବା ପାଇଁ ମଧ୍ୟ ଆମେରିକା ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର