ଉତ୍ତର କୋରିଆକୁ ଚେତାବନୀ: ବି-ଓ୍ଵାନ୍‌ବି ବୋମାବର୍ଷୀ ସୁପର୍‌ସୋନିକ୍‌ ବିମାନ ଉଡ଼ାଇଲା ଆମେରିକା

ସିଓଲ, ଦକ୍ଷିଣ କୋରିଆ: ଆମେରିକା ଦକ୍ଷିଣ କୋରିଆ ଉପରେ ବି-ଓ୍ଵାନ୍‌ବି ସୁପର୍‌ ସୋନିକ୍‌ ବୋମାବର୍ଷୀ ବିମାନ ଉଡ଼ାଇଛି। ସେଠାରେ ଚାଲିଥିବା ମିଳିତ ବାୟୁସେନା ସମରାଭ୍ୟାସର ଏହା ଏକ ଅଂଶ ବିଶେଷ। ଏଥିରେ ସହ ସହ ଯୁଦ୍ଧ ବିମାନ ଭାଗ ନେଇଛନ୍ତି। ଗତ ସପ୍ତାହରେ ଉତ୍ତର କୋରିଆ ପରୀକ୍ଷା କରିଥିବା ସବୁଠୁ ବଡ଼ ଏବଂ ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ବିରୋଧରେ ଆମେରିକାର ବିମାନ ଉଡ଼ାଣ ଏକ ସ୍ପଷ୍ଟ ଚେତାବନୀ।

ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ ବୁଧବାର ଦିନ କହିଛନ୍ତି କି ଗୁଆମ୍‌ର ଏହି ବୋମାବର୍ଷୀ ବିମାନ ଦକ୍ଷିଣ କୋରିଆର ପୂର୍ବତଟରେ ଥିବା ଏକ ସାମରିକ ପ୍ରାଙ୍ଗଣ ଉପରେ ଭୂଇଁ ଉପରକୁ ଆକ୍ରମଣ କରିବା ତାଲିମ ଦେଉଥିଲା। ଏଥିରେ ଆମେରିକା ଓ ଦକ୍ଷିଣ କୋରିଆର ଲଢୁଆ ଜେଟ୍‌ ଭାଗ ନେଇଥିଲେ।

ଉତ୍ତର କୋରିଆ ଏବେ ବି-ଓ୍ଵାନ୍‌ବି ଉଡ଼ାଣ ନିୟମିତ ଦେଖୁଛି। ତିନିଟି ଆଇସିବିଏମ୍‌ ପରୀକ୍ଷା କରି ସାରିବା ପରେ ବି-ଓ୍ଵାନ୍‌ବି ଉଡ଼ାଣ ସଂଖ୍ୟା କ୍ରମଶଃ ବଢ଼ି ଚାଲିଛି।

ଦକ୍ଷିଣ କୋରିଆରେ ଚାଲିଥିବା ୫ ଦିନିଆ ସାମରିକ ଅଭ୍ୟାସରେ ୨୦୦ରୁ ଅଧିକ ବିମାନ ସମ୍ପୃକ୍ତ ଅଛି। ଛଅଟି ୟୁଏସ୍‌ ଏଫ୍‌-ଟେ୍ଵଣ୍ଟିଟୁ ଏବଂ ଅଠରଟି ଏଫ୍‌-ଥାର୍ଟିଫାଇବ୍‌ ଷ୍ଟିଲ୍‌ଥ୍‌ ଫାଇଟର୍‌ ଏଥିରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର