କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟାରେ ଆମେରିକା ପ୍ରଥମ; ଭାରତର ସ୍ଥାନ ଅଷ୍ଟମ

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟ‌ା କ୍ଷେତ୍ରରେ ଭାରତର ସ୍ଥାନ ଅଷ୍ଟମରେ ଥିବା କଥା ବିଶ୍ବରେ କରୋନାଭାଇରସ୍‌ ସଂକ୍ରମଣ ସମ୍ବନ୍ଧୀୟ ଘଟଣା ଉପରେ ଦୃଷ୍ଟି ରଖୁଥିବା ଏକ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

ୱ‌ର୍ଲଡୋମିଟର୍‌ ନାମକ ଏହି ସଂସ୍ଥାନର ୱେବ୍‌ସାଇଟ୍‌ ତଥ୍ୟରୁ ଜଣାପଡ଼ିଛି ଯେ, କ୍ରମାନ୍ବୟରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍, ଇଂଲଣ୍ଡ୍‌ ଏବଂ ଇଟାଲି ପ୍ରଭୃତି ଦେଶରେ କୋଭିଡ୍୧୯ଜନିତ ମୃତ୍ୟୁସଂଖ୍ୟା ଅଧିକ।

Image Courtesy of News

ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସଯାୟୀ ସକାଳ ୮ଟା ସୁଦ୍ଧା ଭାରତରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୨, ୫୩୭ରେ ପହଞ୍ଚିଛି।

କୁହାଯାଉଛି ଯେ କୋଭିଡ୍-୧୯ ବିଶ୍ବର ୨୧୩ଟି ଦେଶ ଓ ଅଞ୍ଚଳରେ ୪୫୬, ୨୧୯ ଲୋକଙ୍କ ପ୍ରାଣ ନେବା ସହ ୮. ୫ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଛି।

Image Courtesy of Hindustan Times

ଏବେ ଆମେରିକାରେ ମୃତ୍ୟୁସଂଖ୍ୟା ରହିଛି ୧୨୦, ୬୮୮, ବ୍ରାଜିଲ୍‌ରେ ୪୭, ୮୬୯, ଇଂଲଣ୍ଡ୍‌ରେ ୪୨, ୨୨୮୮, ଇଟାଲିରେ ୩୪, ୫୧୪, ଫ୍ରାନ୍‌ସ୍‌ରେ ୨୯, ୬୦୯, ସ୍ପେନ୍‌ରେ ୨୭, ୧୩୬, ମେକ୍ସିକୋରେ ୧୯, ୭୪୭, ଭାରତରେ ୧୨, ୬୦୪ (ପୁରୁଣା ତଥ୍ୟ), ଇରାନ୍‌ରେ ୯, ୨୭୨ ଏବଂ କାନାଡାରେ ୮, ୩୦୦।

ସମ୍ବନ୍ଧିତ ଖବର