ଆଜି ଠାରୁ ତାମିଲନାଡୁର ଚାରି ଜିଲ୍ଲାରେ ୧୨ ଦିନିଆ ଲକ୍‌ଡାଉନ୍; ଚେନ୍ନାଇରେ ପଇନ୍ତରା ମାରୁଛି ଡ୍ରୋନ୍

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣ ଦମନ କରିବା ନିମନ୍ତେ ଶୁକ୍ରବାର ଠାରୁ ତାମିଲନାଡୁ ସରକାର ୪ଟି ଜିଲ୍ଲାରେ ୧୨ଦିନିଆ ଲକ୍‌ଡାଉନ୍ ଘୋଷଣା କରିଛନ୍ତି।

ଜୁନ୍‌ ୩୦ ତାରିଖଯାଏଁ କୋଭିଡ୍-୧୯ ବଳବତ୍ତର ରହୁଥିବା ଏହି ଜିଲ୍ଲାଗୁଡ଼ିକ ହେଉଛି, ଚେନ୍ନାଇ, ତିରୁବଲ୍ଲୁର, କାଞ୍ଚିପୁରମ୍ ଏବଂ ଚେଙ୍ଗାଲପେଟ୍।

ଶୁକ୍ରବାର ଦିନ ଚେନ୍ନାଇ ପୁଲିସ କମିସନର୍ ଏକେ ବିଶ୍ବନାଥନ କହିଛନ୍ତି, ଆମେ ଲକ୍‌ଡାଉନ୍ କଟକଣା ପ୍ରବର୍ତ୍ତନ ଆରମ୍ଭ କରିଛୁ। ସହରର ଅନେକ ଅଞ୍ଚଳରେ, ଡ୍ରୋନ୍ ସହାୟତାରେ ମନିଟରିଙ୍ଗ୍ କରାଯାଇ ଉଦ୍‌ଘୋଷଣା କରାଯାଉଛି। ଅନୁମତିପ୍ରାପ୍ତ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି ଯାନବାହନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ।

Image Courtesy of Zee News

ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡୁ ୨, ୧୪୧ଟି କରୋନାଭାଇରସ୍ କୋଭିଡ୍-୧୯ ପଜିଟିଭ୍ କେସ୍ ବାହାରିବା ପରେ ରାଜ୍ୟର ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨, ୩୩୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଚେନ୍ନାଇରେ ୧, ୩୭୩ଟି ପଜିଟିଭ୍ କେସ୍ ବାହାରି ସହରର ଆକ୍ରାନ୍ତଙ୍କ ସଂଖ୍ୟା ୩୭, ୦୭୦ରେ ପହଞ୍ଚାଇଛି।

ଗୁରୁବାର ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ, ଗତକାଲି ୪୯ଜଣଙ୍କର ମୃତ୍ୟୁ ଘଟିବା ପରେ ରାଜ୍ୟରେ ମୃତ୍ୟୁସଂଖ୍ୟା ୬୨୫ରେ ପହଞ୍ଚିଛି।

ଏହି ଚାରିଟି ଜିଲ୍ଲାରେ କଠୋର ଲକ୍‌ଡାଉନ୍ ଘୋଷଣା କରାଯିବ ବୋଲି ସୋମବାର ଦିନ ମୁଖ୍ୟମନ୍ତ୍ରୀ ଏଡ୍ଡାପ୍ପାଡ଼ି କେ ପଲାନିସ୍ବାମୀ ଘୋଷଣା କରିଥିଲେ। ଦୁଇ ରବିବାର (ଜୁନ୍ ୨୧ ଏବଂ ଜୁନ୍ ୨୮) ଦିନ କୌଣସି ବିନା କୌଣସି କୋହଳରେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ପ୍ରବର୍ତ୍ତନ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର