ଚଳିତ ବର୍ଷ ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ: ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ

ପୁରୀ: ରଥଯାତ୍ରା ବନ୍ଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଆଜି ଏହାକୁ ସ୍ବାଗତ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ସେ କହିଛନ୍ତି ଯେ ଓଡ଼ିଶାର ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଦେଇଥିବା ରାୟ ସ୍ୱାଗତଯୋଗ୍ୟ। ସୁପ୍ରିମ୍‌ କୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ଆବେଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଅତ୍ୟାବଶ୍ୟକ ବ୍ୟକ୍ତିଙ୍କ ଦ୍ବାରା ଶାସ୍ତ୍ରସମ୍ମତ ପରଂପରାଗତ ରଥଯାତ୍ରାର କ୍ରିୟାନ୍ବିତ କରାଯିବା ଅପେକ୍ଷିତ ବୋଲି ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ କହିଛନ୍ତି। ଏହା ଫଳରେ ଶୋକସନ୍ତପ୍ତ ଜଗନ୍ନାଥ ପ୍ରେମୀ ବି ଯାନ୍ତ୍ରିକ ମାଧ୍ୟମରେ ଦର୍ଶନର ସୁଯୋଗ ପାଇବେ ବୋଲି ସେ ମତ ଦେଇଛନ୍ତି ।

ଗତକାଲି ଏନେଇ ପୁରୀ ଗୋବର୍ଦ୍ଧନ ପୀଠର ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ପ୍ରତିକ୍ରିୟା ରଖି କହିଥିଲେ ଯେ ରଥ ଅନୁକୂଳ ଓ ସ୍ନାନଯାତ୍ରା ପାଇଁ ତାଙ୍କ ସହିତ ଆଲୋଚନା କରାଯାଇଥିଲା। ମାତ୍ର ରଥଯାତ୍ରା ସଂପର୍କରେ ତାଙ୍କର କୌଣସି ମତ ନିଆଯାଇନାହିଁ। ତେବେ ଆଇନମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ତାଙ୍କ ସହିତ ଆଲୋଚନା କରିବା ଦରକାର। ଉଭୟ ଆସନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ଚାହିଁଛନ୍ତି। ଏହି ଆଲୋଚନା ପରେ ସେ ଯାହା ମତ ଦେବେ। ଜଗଦ୍‌ଗୁରୁ ଆହୁରି କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସେ ଭଲ ଭାବେ ଅନୁଶୀଳନ କରିନାହାନ୍ତି। ଅନୁଶୀଳନ କରିବା ପରେ ଅଧିକ ମତ ରଖିବେ।

ଏଣେ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଜାରି ରହିଛି।

ସମ୍ବନ୍ଧିତ ଖବର