କାଲିଫର୍ଣ୍ଣିଆ ଜରାନିବାସରେ ୩ ପଣବନ୍ଦୀଙ୍କ ସମେତ ବନ୍ଧୁକଧାରୀ ମୃତ

ୟୋଣ୍ଟ୍‌ଭାଇଲ୍‌: କାଲିଫର୍ଣ୍ଣିଆସ୍ଥିତ ଏକ ଜରାନିବାସରେ ଗୁଳିକାଣ୍ଡ ଏବଂ ଛକାପଞ୍ଝା ପରେ ପଣବନ୍ଦୀ ରହିଥିବା ତିନି ଜଣ କର୍ମଚାରୀ ଏବଂ ଜଣେ ବନ୍ଧୁକଧାରୀଙ୍କର ନିହତ ହୋଇଛନ୍ତି ବୋଲି ଶୁକ୍ରବାର ଦିନ ଜଣେ ଆମେରିକୀୟ ଅଧିକାରୀ ନିଜର ପରିଚୟ ଗୋପନ ରଖିବାକୁ ଗଣମାଧ୍ୟମ ଆଗରେ କହିଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ଅଧିକାରୀମାନେ କହିଥିଲେ କି, ସେମାନେ ପ୍ରାୟ ଆଠ ଘଣ୍ଟା ତଳୁ ବନ୍ଧୁକଧାରୀଙ୍କ ସହ ଯୋଗସୂତ୍ର ସ୍ଥାପନ କରିଛନ୍ତି। କିନ୍ତୁ ଅନ୍ୟ ଏକ ରିପୋର୍ଟ ଅନୁସାରେ, ବନ୍ଧୁକଧାରୀ କି, ମୁଣ୍ଡଜାମିନ ଥିବା କର୍ମଚାରୀମାନଙ୍କ ସହ ଯୋଗଯୋଗ ହୋଇପାରି ନ ଥିଲା।

ସେ ରାଇଫଲ୍‌ଧାରୀଜଣକ ଆମେରିକାର ସର୍ବବୃହତ୍‌ ବୃଦ୍ଧାଶ୍ରମର ଜଣେ କର୍ମଚାରୀଙ୍କ ବିଦାୟକାଳୀନ ସମ୍ବର୍ନ୍ଧନା ଉତ୍ସବରେ ଲୁଚି ପଶିଯାଇଥିଲେ। ଦିନରୁ ରାତିଯାଏଁ ତାଙ୍କ ସହିତ ଅଧିକାରୀମାନଙ୍କର ମୁକାବିଲା ଚାଲିଥିଲା। ତିନି ଜଣ କର୍ମଚାରୀଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ଏ ତିନି ଜଣ ବନ୍ଧୁକଧାରୀ ପଶିଥିବା କୋଠରିରେ ଥିଲେ।

ସମ୍ବନ୍ଧିତ ଖବର