ଡ୍ୟାମରେ ମହଙ୍ଗା ଫୋନ ହଜିବା ଘଟଣାର ପ୍ରତିକ୍ରିୟା ଦେଲେ ଫୁଡ ଇନ୍ସପେକ୍ଟର

ନୂଆଦିଲ୍ଲୀ: କାଙ୍କେରର ପଙ୍ଖାଜୁରରେ ମହଙ୍ଗା ଫୋନ ପାଇଁ ଡ୍ୟାମରୁ ଲକ୍ଷାଧିକ ପାଣି ନଷ୍ଟ କରି ଦେଇଥିବା ଘଟଣାରେ ଫୁଡ ଇନ୍ସପେକ୍ଟର ରାଜେଶ ବିଶ୍ବାସଙ୍କୁ ନିଲମ୍ବନ କରି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା।

ତେବେ ଏହି ଖବର ପ୍ରଘଟ ହେବା ପରେ ରାଜେଶ ବିଶ୍ବାସ ଆଶ୍ଚର୍ଯ୍ୟ ଜଣକ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋ ପାଖରେ ଆଇଫୋନ ନୁହେଁ, ସାମସଙ୍ଗ ଏସ୨୩ ଅଛି। ଯାହାର ମୂଲ୍ୟ ୯୩ ହଜାର ପାଖାପାଖି ହେବ। ପ୍ରତ୍ୟେକଙ୍କ ପାଇଁ ମୋବାଇଲ ଜରୁରୀ ହୋଇଗଲାଣି। ଅନେକ ଲୋକ ମୋବାଇଲରେ ଜରୁରୀ ଦସ୍ତାବସି ବି ରଖିଥାଆନ୍ତି। ଯାହାକି ମୋ ଫୋନରେ ବି ଥିଲା।

ଫୋନଟିଏ ହଜିଗଲେ ସମସ୍ତେ ଯେମିତି ଖୋଜି ଥାଆନ୍ତି ମୁଁ ବି ସେମିତି ଖୋଜିବା ଆରମ୍ଭ କରିଥିଲି। ମୋ ଫୋନ ଜଳାଶୟର ‌ଷ୍ଟୋରେଜ ଟାଙ୍କିରେ ପଡ଼ିଯାଇ ୧୦ଫୁଟ ତଳକୁ ଚାଲି ଯାଇଥିଲା।

ଏହି ଘଟଣାକୁ ଦେଖି ମୋତେ ଜ‌ାଣିଥିବା ଲୋକେ କହିଥିଲେ ସେମାନେ ମୋ ଫୋନକୁ ଉକ୍ତ ଷ୍ଟୋରେଜ ଟାଙ୍କିରୁ ବାହାର କରିଦେବେ। ଏହାପରେ ସେମାନେ ଜଳାଶୟରୁ ୨ରୁ ୩ଫୁଟ ପାଣିଖାଲି କରିବାକୁ କହିଥିଲେ। ତେଣୁ ମୁଁ ମୌଖିକ ଭାବେ ଏସଡିଓଙ୍କ ଠାରୁ ଅନୁମତି ଆଣିଥିଲି।

ଜଳାଶୟ ପାଖରେ ବିଜୁଳି ସୁବିଧା ନଥିବାରୁ ମୁଁ ଡିଜେଲ ପମ୍ପ ଲଗାଇ ଜଳାଶୟରୁ ୨/୩ଫୁଟର ପାଣି ବାହାର କରି ପୋଖରୀରେ ଛାଡ଼ି ଦେଇଥିଲି।

ଯେଉଁ କୁହାଯାଉଛି କି ମୋବାଇଲ ଖୋଜିବାରେ ୧ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଆପଣ ଚାହିଁଲେ ଯାଞ୍ଚ କରି ପାରିବେ। ମୁଁ ମୋର ମୋବାଇଲକୁ ଖୋଜିବା ପାଇଁ ୭/୮ ହଜାର ଟଙ୍କା ଖର୍ଚ୍ଚ କରିଛି। ପାଣିକୁ ବି ନଷ୍ଟ ନକରି ପୋଖରୀରେ ଛାଡ଼ି ଦେଇଛି। ମୁଁ ପଦବୀର କୌଣସି ଅପବ୍ୟବହାର କରି ନାହିଁ। ତେଣୁ ମୋର ଲୋକଙ୍କୁ ଅନୁରୋଧ କି ଯଦି କାହାକୁ ଦୋଷ ଦେଉଛନ୍ତି ବୁଝିସୁଝି ଦିଅନ୍ତୁ।’

ଜିଲ୍ଲାପାଳ ଜାରି କରିଥିବା ଆଦେଶରେ ଉଲ୍ଲେଖ ରହିଛି କି, ‘ପଙ୍ଖାଜୁର ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ବାସ ତାଙ୍କ ମହଙ୍ଗା ଫୋନକୁ ଖୋଜିବା ପାଇଁ ୪ଦିନ ଧରି ଡ୍ୟାମରୁ ୨୧ଲକ୍ଷ ଲିଟର ପାଣି ଡିଜେଲ ପମ୍ପ ଦ୍ବାରା ବାହାର କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଏସଡିଏମ ପଙ୍ଖାଜୁର ଯାଞ୍ଚ କରିଥିଲେ। ଏହି ଯାଞ୍ଚ ରିପୋର୍ଟ ଅନୁସାରେ, ରାଜେଶ ବିଶ୍ବାସ କୌଣସି ଅନୁମତି ବିନା ଜଳାଶୟରୁ ୨୧ଲିଟର ପାଣି ବାହାର କରି ଦେଇଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ ନିଲମ୍ବିତ କରି ଦିଆଯାଇଛି। ’

ସମ୍ବନ୍ଧିତ ଖବର