ନୂଆଦିଲ୍ଲୀ: ବିଜେପିର ହାତ ଛାଡି ପାରନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକର । ଗୁରୁବାର ଦିନ ଉତ୍ପଲ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ମୋତେ ୨୦୨୨ ନିର୍ବାଚନରେ ପାନାଜୀ ଆସନରୁ ଟିକେଟ ନମିଳେ ତେବେ କଠିନ ନିଷ୍ପତ୍ତି ନେବି। ଏହାସହ ସେ କହିଛନ୍ତି ଯେ, ପ୍ରଥମରୁ ଦଳର ମୁଖ୍ୟଙ୍କୁ କହିଛି ଯେ, ମୁଁ ପାନାଜୀ ନିର୍ବାଚନ ମଣ୍ଡଳୀରୁ ଲଢିବି। ହେଲେ ଏହାପରେ ଯଦି ଦଳ ମୋତେ ଉକ୍ତ ଆସନରୁ ଟିକେଟ ନଦିଏ ତେବେ ମୋତେ କଠିନ ନିଷ୍ପତ୍ତି ନେବାକୁ ପଡିବ । ସୂଚନା ଥାଉକି ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ଅତାନାସିୟୋ ମୋନସେରେଟ ଓ ୯ ଜଣ ଅନ୍ୟ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଅତାନାନିୟୋ ୨୦୧୭ ନିର୍ବାଚନରେ ପାନାଜୀ ଆସନରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଯଦି ଟିକେଟ ନମିଳେ ତେବେ କ’ଣ କରିବେ ବୋଲି ସାମ୍ବାଦିକମାନଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଉତ୍ପଲ କହିଥିଲେ ଯେ, ମନୋହର ପାରିକରଙ୍କୁ ସବୁକିଛି ସହଜରେ ମିଳି ନଥିଲା। ତେଣୁ ତାଙ୍କଭଳି ମୋତେ କଠିନ ପରିଶ୍ରମ କରିବାକୁ ପଡିବ ।