ଉତ୍ତରପ୍ରଦେଶ ଆମ୍ବ ଭଲ ଲାଗେନା: ରାହୁଲ

ରାହୁଲଙ୍କ ସ୍ବାଦ ହିଁ ବିଭାଜନକାରୀ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆମ୍ବକୁ ନେଇ ରାହୁଲ ଗାନ୍ଧି ଦେଇଥିବା ଏକ ବିବୃତିର ଯେଉଁ ଉତ୍ତର ଦେଇଛନ୍ତି ତାହାକୁ ନେଇ ବେଶ୍‌ ଚର୍ଚ୍ଚା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଯେତେବେଳେ ସାମ୍ବାଦିକମାନେ ଆମ୍ବ ବିଷୟରେ ପ୍ରଶ୍ନ ପଚାରିଲେ ରାହୁଲ କହିଲେ ଯେ ତାଙ୍କୁ ଉତ୍ତରପ୍ରଦେଶର ଆମ୍ବ ଆଦୌ ଭଲ ଲାଗେ ନାହିଁ। ଏହି ଖବର ପ୍ରସାରିତ ହେବା ପରେ ଟ୍ବିଟର୍‌ରେ ଏହାର ଉତ୍ତର ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହି‌ଛନ୍ତି, ‘‘ରାହୁଲଜୀ, ଆପଣଙ୍କ ସ୍ବାଦ ହିଁ ବିଭାଜନକାରୀ। ଆପଣଙ୍କ ବିଭାଜନକାରୀ ସଂସ୍କାର ସହ ପୂରା ଦେଶ ପରିଚିତ। ଆପଣଙ୍କ ବିଘଟନକାରୀ କୁସଂସ୍କାରର ପ୍ରଭାବ ଏତେ ଯେ ଫଳର ସ୍ବାଦକୁ ବି ଆପଣ ଆଞ୍ଚଳିକବାଦର ନିଆଁରେ ପକାଇଦେଲେ। କିନ୍ତୁ ମନେ ରଖନ୍ତୁ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର ସ୍ବାଦ ଏକ।’’ ଏବେ ରାହୁଲଙ୍କ ବୟାନ ଓ ଯୋଗୀଙ୍କ ପ୍ରତିକ୍ରିୟା ଉପରେ ସାମାଜିକ ଗଣମାଧ୍ୟମରେ ନାନା ପ୍ରକାର ମତ-ମନ୍ତବ୍ୟ ପ୍ରକାଶିତ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର