ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ମାଡ଼ ହେଲା ଟେକା; ଉଇଣ୍ଡ୍‌ସ୍କ୍ରିନ୍‌ ଓ ଝରକା କାଚ ଭାଙ୍ଗିଲା

ନୂଆଦିଲ୍ଲୀ: ଶନିବାର ଦିନ ଟେକା ବାଜିବାରୁ ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌ର କେତେକ ଝରକା କାଚ ଓ ଡ୍ରାଇଭର୍‌ର ସାମ୍ନା କାଚ ଭାଙ୍ଗି ଯାଇଛି।

ଉତ୍ତର ରେଳବାଇର ସିପିଆର୍‌ଓଙ୍କ କହିବା ଅନୁସାରେ, ଯେଉଁଠି ଗୋରୁ ସହ ଦୁର୍ଘଟନା ଘଟିଥିଲା ସେଇ ପାଖରେ ଥିବା ଡିବ୍ରୁଗଡ଼ ରାଜଧାନୀ କ୍ରସିଙ୍ଗ୍‌ ଠାରେ ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌ ଆଡ଼କୁ ପୁଞ୍ଜାଏ ଟେକା ଉଡ଼ିବା ପ୍ରାୟ ଛିଟିକି ଆସିଥିଲା। ପଥର ଟୁକୁରା ସବୁ ଡ୍ରାଇଭର୍‌ର କାଚ ଏବଂ ସି୪, ସି୬, ସି୮, ସି୧୩ ଗୋଟିଏ ଲେଖାଁଏ କାଚ ଏବଂ ସି୧୨ର ଦୁଇଟି କାଚ ଭାଙ୍ଗି ଯାଇଛି।

ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ରେ ଯାତ୍ରା କରୁଥିବା ଭ୍ରାମ୍ୟମାଣ ବୈଷୟିକ ଦଳ କ୍ଷୟକ୍ଷତିକୁ ଭଲକରି ତଦାରଖ କରିବା ପରେ ଟ୍ରେନ୍‌ ଚଳାଚଳ ଲାଗି ଠିକ୍‌ ଥିବା କଥା କହିଥିଲେ। ତା’ପରେ ଟ୍ରେନ୍‌ ତା’ର ସ୍ୱାଭାବିକ ବେଗରେ ଯାତ୍ରା କରି ରାତି ୧୧: ୦୫ରେ ଗନ୍ତବ୍ୟସ୍ଥଳ ଦିଲ୍ଲୀରେ ପହଞ୍ଚିଥିଲା।
ଝରକା କାଚ ଭାଙ୍ଗିବା ଯୋଗୁଁ ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇ ନାହିଁ।

ସମ୍ବନ୍ଧିତ ଖବର