ମୁସଲମାନ ଡ୍ରାଇଭର ଥିବାରୁ ଟ୍ୟାକ୍ସି କ୍ୟାନ୍‌ସଲ୍‌ କଲେ ବିଶ୍ୱ ହିନ୍ଦୁ ପରିଷଦ୍‌ ବ୍ୟକ୍ତି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଶ୍ୱ ହିନ୍ଦୁ ପରିଷଦ୍‌ର ସାମାଜିକ ଗଣମାଧ୍ୟମ ଉପଦେଷ୍ଟା ଟୁଇଟର୍‌ରେ ତୁମୁଳ ବିବାଦ ଆରମ୍ଭ କରିଛନ୍ତି। ସେ କହିଛନ୍ତି: ମୁସଲ୍‌ମାନ୍‌ ଡ୍ରାଇଭର୍‌ ଥିବା ଲୋକେସନ୍‌-ବେସ୍‌ଡ୍‌ ଟ୍ୟାକ୍ସି ଆପ୍‌ ଓଲାରେ ସେ ଯିବେ ନାହିଁ।

ଏହାଦ୍ୱାରା ସାମାଜିକ ଗଣମାଧ୍ୟମରେ ବିବାଦ ସୃଷ୍ଟି ହେବା ସହ ତାଙ୍କର ଟୁଇଟର୍‌ ଏବଂ ଓଲା ଆକାଉଣ୍ଟ୍‌ ରଦ୍ଦ କରିବାକୁ ଦାବି କରାଯାଇଛି। ଓଲା କମ୍ପାନି ତରଫରୁ କୁହାଯାଇଛି କି, ସେମାନଙ୍କର ସେବା ଧର୍ମନିରପେକ୍ଷ ଏବଂ କମ୍ପାନି କୌଣସି ପ୍ରକାର ଅସଙ୍ଗତିକୁ ସମର୍ଥନ କରିବ ନାହିଁ।

ବିଏଚ୍‌ପିର ସାମାଜିକ ଗଣମାଧ୍ୟମ ଉପଦେଷ୍ଟା ଅଭିଷେକ ମିଶ୍ର ଲେଖିଥିଲେ: ଡ୍ରାଇଭର୍‌ ମୁସଲମାନ ହୋଇଥିବାରୁ ଓଲା କ୍ୟାବ୍‌ କ୍ୟାନ୍‌ସଲ୍‌ କଲି। ମୁଁ ଜିହାଦିମାନଙ୍କୁ ମୋର ଅର୍ଥ ଦେବାକୁ ଚାହେଁ ନାହିଁ।

ମିଶ୍ରଙ୍କର ଥିବା ୧୪, ୦୦୦ରୁ ଊର୍ଦ୍ଧ୍ୱ ଅନୁଗାମୀଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର, ଆର୍‌ କେ ସିଂହ, ମହେଶ ଶର୍ମା, ରାମ କୃପାଳ ଯାଦବ, ନରେନ୍ଦ୍ର ସିଂହ ତୋମାର, ସାଂସଦ ମନୋଜ ତିଓ୍ଵାରି, ଉତ୍ତର ପ୍ରଦେଶର ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଏବଂ ସୁରେଶ ରାଣା।

ଯଦିବା ମିଶ୍ର ଶୁକ୍ରବାର ସନ୍ଧ୍ୟାରେ ମନ୍ତବ୍ୟ ପୋଷ୍ଟ କରିଥିଲେ ଏହାର ରବିବାର ଅପରାହ୍ଣରେ ଲୋକଙ୍କ ଦୃଷ୍ଟିକୁ ଆସିଥିଲା।

ସମ୍ବନ୍ଧିତ ଖବର