ଅର୍ଣ୍ଣବ ଗୋସ୍ଵାମୀଙ୍କ ହ୍ଵାଟ୍ସଆପ ଚାଟିଙ୍ଗ ଭାଇରାଲ ପରେ ଉଠିଲା ପ୍ରଶ୍ନ

ମୁମ୍ବାଇ: ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ ଏବଂ ଟିଭି ରେଟିଂ ଏଜେନ୍ସି ଅଡିଏନ୍ସ ରିସର୍ଚ୍ଚ କାଉନସିଲ୍ (BARC) ର ତତ୍କାଳୀନ ସିଇଓ ପାର୍ଥୋ ଦାସଗୁପ୍ତାଙ୍କ ମଧ୍ୟରେ ହୋଇଥିବା ହ୍ଵାଟ୍ସଆପ ଚାଟିଙ୍ଗର ଏକ ସ୍କ୍ରିନସଟ୍ ଭାଇରଲ ହେବାରେ ଲାଗିଛି | ଏକ ଚାଟରେ ଦାସଗୁପ୍ତା କହିଛନ୍ତି ଯେ ଏନବିଏକୁ ଅବରୋଧ କରାଯାଇଛି ଏବଂ ମୁଁ ଏହାକୁ ଅତ୍ୟନ୍ତ ଆତ୍ମବିଶ୍ୱାସର ସହ କହୁଛି। ପାର୍ଥୋ ଦାସଗୁପ୍ତା ଅର୍ଣ୍ଣବଙ୍କୁ କହିଛନ୍ତି ଯେ ‘ତୁମେ କିଛି ନ କହିଲେ ବି ମୁଁ ତୁମକୁ ସମର୍ଥନ କରିଛି | ମୁଁ ଅନ୍ୟ ଚ୍ୟାନେଲ ଓ ଲୋକଙ୍କୁ ଜାମ କରେଇଦେଇଛି ‘|

ପାର୍ଥୋ ଦାସଗୁପ୍ତା ଏବଂ ରୋମିଲ ରାମଗରିଆ ଗିରଫ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ମୁଖ୍ୟ ମିଲିନ୍ଦ ଭାରମବେ କହିଛନ୍ତି ଯେ ବାର୍କ ସର୍ଭରରୁ ଉଭୟଙ୍କ ବିରୋଧରେ ସିଆଇୟୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ପାଇଛି | ଯାହା ପ୍ରମାଣ କରୁଛି ଯେ ଏହି ଦୁଇ ଅଭିଯୁକ୍ତ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ମିଶି ଏକ ଷଡଯନ୍ତ୍ର କରିଥିଲେ | ଏହି ଚାଟ୍ ଗୁଡ଼ିକ ମଧ୍ୟ ସୂଚାଉଛି ଯେ ରିପବ୍ଲିକ୍ ଟିଭି ଏବଂ ରିପବ୍ଲିକ୍ ଭାରତ ସପକ୍ଷରେ ରେଟିଂ ବଢ଼ାଇବା ପାଇଁ ବାର୍କ ଅଧିକାରୀମାନେ କିଛି ଅନିୟମିତତା କରୁଥିଲେ।

ଏହି ସ୍କ୍ରିନସଟଗୁଡିକ ମଧ୍ୟ ଦର୍ଶାଇଛି ଯେ ବାର୍କ ଅଧିକାରୀମାନେ ରିପବ୍ଲିକ୍ ଟିଭିକୁ ରେଟିଂ ବୃଦ୍ଧି କରିବାର ରଣନୀତି ମଧ୍ୟ ବୁଝାଉଥିଲେ । ଏହାର ପ୍ରତିବଦଳରେ ଅର୍ଣ୍ଣବ ଗୋସ୍ବାମୀ ପାର୍ଥୋ ଦାସଗୁପ୍ତାଙ୍କୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, କ୍ୟାବିନେଟ ଅଦଳବଦଳ ଏବଂ ସଚିବଙ୍କ ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଉଥିଲେ।

ସମ୍ବନ୍ଧିତ ଖବର