ଲକଡାଉନ ପାଇଁ ଭାରତରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ଭିସା ଏବଂ ଇ-ଭିସାର ଅବଧି ଏପ୍ରିଲ ୩୦କୁ ବୃଦ୍ଧି କଲେ ଭାରତ ସରକାର

ନୂଆଦିଲ୍ଲୀ: ଲକଡାଉନ କାରଣରୁ ଭାରତରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ଭିସା ଏବଂ ଇ-ଭିସାର ଅବଧି ଏପ୍ରିଲ ୩୦କୁ ବୃଦ୍ଧି କରିଛନ୍ତି ଭାରତ ସରକାର। ମାର୍ଚ୍ଚ ୨୫ରୁ ଦେଶରେ କରୋନା ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଥିଲା। ସେବେଠାରୁ ସମସ୍ତ ବିମାନ ଚଳାଚଳ ସହ ବସ୍ ଏବଂ ଟ୍ରେନ୍ ସେବା ମଧ୍ୟ ବନ୍ଦ କରାଯାଇଛି। କରୋନା ମୁକାବିଲା ପାଇଁ ହଠାତ ଭାରତ ସରକାର ଲକଡାଉନ ଘୋଷଣା କରିବାରୁ ଭାରତକୁ ଆସିଥିବା ବିଦେଶୀ ନାଗରିକମାନେ ଏଠାରେ ଫସି ରହିଛନ୍ତି।

Temporary residence extended for foreigners unable to leave due to ...
Vietnam Insider

ଫସି ରହିଥିବା ବିଦେଶୀ ନାଗରିକଙ୍କ ସୁବିଧା ପାଇଁ ସୋମବାର ଗୃହ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, କରୋନା ଭୂତାଣୁ ବିସ୍ତାର ହେତୁ ଅନେକ ବିଦେଶୀ ନାଗରିକ ଭାରତରେ ଅଛନ୍ତି ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କ ତରଫରୁ ଯାତ୍ରା ପ୍ରତିବନ୍ଧକ ଯୋଗୁଁ ସେମାନେ ନିଜ ଦେଶକୁ ଫେରିପାରି ନାହାନ୍ତି । ତେବେ ସେଥିମଧ୍ୟରୁ ଯେଉଁ ବିଦେଶୀମାନଙ୍କର ନିୟମିତ ଭିସା, ଇ-ଭିସା କିମ୍ବା ରହିବାର ସର୍ତ୍ତାବଳୀ ଫେବୃଆରୀ ୧ରୁ ଏପ୍ରିଲ ୩୦ମଧ୍ୟରେ ସମାପ୍ତ ହେବାକୁ ଯାଉଛି, ସେମାନେ ଅନଲାଇନ୍ ଆବେଦନ କରିବା ପରେ ମାଗଣାରେ ଏପ୍ରିଲ୍ ୩୦(ମଧ୍ୟରାତ୍ରି) ପର୍ଯ୍ୟନ୍ତ ଭିସା ଏବଂ ଇ-ଭିସାର ଅବଧି ବୃଦ୍ଧି କରାଯିବ ବୋଲି ଗୃହ ମନ୍ତ୍ରାଳୟର ବିବୃତ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର